ଆଦିତ୍ୟ ଦାସ

ଆଦିତ୍ୟ ଦାସ ଜଣେ ଯୁବକବି ଭାବେ ସଭିଙ୍କୁ ଜଣା। ବିଭିନ୍ନ ଦୈନିକ ଖବରକାଗଜ ଏବଂ ପତ୍ରପତ୍ରିକାରେ ତାଙ୍କର ଲେଖା ପଢିବାକୁ ମିଳିଥାଏ । ବିଚ୍ଛିନ୍ନ ଓଡ଼ିଶା ବଡବାଡ଼, ଇଚ୍ଛାପୁରମ ମଣ୍ଡଳ, ଶ୍ରୀକାକୁଲମ ଜିଲ୍ଲା, ଆନ୍ଧ୍ରପ୍ରଦେଶଠାରେ ପିତା ଶ୍ରୀ ଗୋଦାବରୀ ଦାସ ଏବଂ ମାତା ଶ୍ରୀମତୀ ସୌଦାମିନୀ ଦାସଙ୍କ ଚତୁର୍ଥ ସନ୍ତାନ ରୂପେ କୋଳ ମଣ୍ଡନ କରନ୍ତି ସେପ୍ଟେମ୍ବର ୨ତାରିଖ ୧୯୯୩ ମସିହାରେ । ପିତା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସୁସାହିତ୍ୟିକ । ଏକ କବିତା ଆସର ମଞ୍ଚରେ ନିଜ ପିତାଙ୍କୁ ସମ୍ବର୍ଦ୍ଧନା ହେବାର ଦେଖିବା ପରେ କବିତା ଲେଖିବାର ପ୍ରେରଣା ଜାଗ୍ରତ ହୋଇଥିଲା। ୨୦୦୯  ମସିହାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ  ଏବଂ ପ୍ରଥମ କବିତା ପ୍ରକାଶିତ ହୋଇଥିଲା "ବୟସର କୃଷ୍ଣଚୂଡ଼ା" ପତ୍ରିକାରେ (ସମ୍ପାଦକ ଥିଲେ ଚୈତନ୍ୟ ପ୍ରସାଦ ବେହେରା, ଖୋର୍ଦ୍ଧା)। ତାଙ୍କରି ଏକ ସଂକଳନ - "ନିବେଦନ ଚଉତିଶା ଓ ଅବନା ନବାକ୍ଷରୀ ଚଉତିଶା" ପ୍ରକାଶିତ ହୋଇସାରିଛି ।

ଠିକଣା - ବଡବାଡ଼, ଇଚ୍ଛାପୁରମ ମଣ୍ଡଳ, ଶ୍ରୀକାକୁଲମ ଜିଲ୍ଲା, ଆନ୍ଧ୍ରପ୍ରଦେଶ, ମୋବାଇଲ୍- ୮୯୧୯୩୭୧୭୦୮