ସଂପାଦକୀୟ

ସତ କହିବାକୁ ଗଲେ ମୁଁ କୌଣସି ପତ୍ରପତ୍ରିକା କି ଖବରକାଗଜକୁ ଲେଖା ପଠାଏନି କି ପଠାଇବା ପାଇଁ ଇଚ୍ଛୁକ ନୁହଁ । କାରଣ ସେଇ ପ୍ରତିଷ୍ଠିତ ଖବରକାଗଜର ବିଶିଷ୍ଟ ଲେଖକ ଓ ସମ୍ପାଦକମାନେ ନିଶ୍ଚୟ ଜାଣିଥିବେ ଯେ ତାଙ୍କର ଖବରକାଗଜରେ ଖବର କମ୍, ବିଜ୍ଞାପନ ଅଧିକ ବାହାରୁଥାଏ । ଯେଉଁ ଖବରକାଗଜର ମୂଲ୍ୟ ପାଞ୍ଚଟଙ୍କା, ଆଉ ସେଥିରେ କୋଡିଏରୁ ପନ୍ଦର ପୃଷ୍ଠା କେବଳ ବିଜ୍ଞାପନ ହିଁ ବିଜ୍ଞାପନ; ସେପରି ଦୈନିକ ଖବରକାଗଜ ପଢି ଆମ ରାଜ୍ୟର ନାଗରିକମାନେ କଣ ବା’ଉପକୃତ ହେବେ, କୁହନ୍ତୁ! ଏମିତି ନିତି ଭାଷଣ ମାରୁଥିବା କିଛି ବ୍ୟକ୍ତିଙ୍କ ସହ ମୁଁ ସମ୍ପର୍କରେ ଆସିଛି, ଯେଉଁମାନେ କୁହନ୍ତି, ଆଜ୍ଞା ମୋ ଲେଖାଟି ବାହାରିଲେ ଟିକେ ପିଡ଼ିଏଫ ଫାଇଲ କରି ପଠେଇଦେବେ, ନଚେତ୍ ଫୋଟ ଉଠେଇ ୱ୍ହାଟ୍ସଆପରେ ଛାଡିଦେବେ । 

ଦିନେ ଜଣେ ପ୍ରସିଦ୍ଧ ଓ ବରିଷ୍ଠ ସାହିତ୍ୟିକ ସକାଳ ନ’ଟାରୁ ଆସି ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ, ଶେଷରେ ନିଜର କବିତାପାଠ ସାରି ଗଲାବେଳେ ମୋତେ କହିଲେ ‘ଆଜ୍ଞା ମୋ କବିତାଟା କେଉଁ ପୃଷ୍ଠାରେ ବାହାରିଛି ଟିକେ ଦେଖେଇବେ କି? ଫୋଟଟିକେ ଉଠେଇଥାନ୍ତି ମୋବାଇଲରେ । ଶହେ ଟଙ୍କା ଦେଇ କିଏ କିଣିବ କୁହନ୍ତୁ!’ ଆପଣ କୁହନ୍ତୁ, ଏପରି କିଛି ସାହିତ୍ୟିକଙ୍କୁ ନେଇ କ’ଣ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଚିନ୍ତା କରିହେବ? ଉନ୍ନତି ତ ଦୂରର କଥା । ସାହିତ୍ୟର ମହତ୍ତ୍ଵ ଓ ମର୍ଯ୍ୟାଦା ବିଷୟରେ ମୁଁ କିଛି ଅଧିକ କହିବିନି । ଯେଉଁମାନେ ନିତି ଫେସବୁକରେ ଆଠଶହରୁ ହଜାରେ ଟିପ୍ପଣୀ (କମେଣ୍ଟ) କୌଣସି ଲେଖାପ୍ରତି ପାଉଥିବେ ବା ଦେଖିଥିବେ ସେମାନେ ବୁଝିପାରୁଥିବେ ସାହିତ୍ୟର ଶାଳୀନତା ଓ ମର୍ଯ୍ୟାଦା କିପରି ବଜାୟ ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ଆପଣମାନେ ନିଶ୍ଚୟ କରନ୍ତୁ ଆମ ଓଡ଼ିଆ ସାହିତ୍ୟକୁ ଆଜିର ଏ ଆଧୁନିକରଣ ଓ ଶିଥିଳ କୌଶଳର ପରିପାଟିରୁ କିପରି ପୁନଃରୁଦ୍ଧାର କରାଯିବ ତାହାର ଏକ ପ୍ରୟାଶ ।

- ନରେଶ କୁମାର ବେହେରା
ମୋବାଇଲ - ୭୮୦୯୮୭୨୪୮୩
ଠିକଣା: - ମାର୍ଫତ୍ - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ ରୋଡ଼, 
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା, ୭୬୦୦୦୪

Post a Comment

6 Comments

  1. ଯାହାର ଲେଖା ବାହାରିଛି ତାକୁ ମାଗଣା ରେ writersw copy ଟାଏ ଦେବାକଥା ନୁହେଁକି...????

    ReplyDelete
    Replies
    1. ଭଲକଥାଟି କହିଲେ, କିନ୍ତୁ ଏଭଳି କୌଣସି ନିୟମ ନଥାଏ। ଯଦି ଜଣେ ପାଠକ ପଢିବାକୁ ଇଚ୍ଛାକରେ, ତେବେ ସେ କିଣିକି ନେଇପାରନ୍ତି।

      Delete
  2. ଆପଣଙ୍କ ବାର୍ତ୍ତା ଓଜନଦାର

    ReplyDelete