ଆଶୀଷ ଦିଅ ବରଷି - କୌଶିକ କୁମାର ହୋତା

ଦୟାମୟ ବଡ଼ ଠାକୁର ନିତି କରେ ଜୁହାର,
ମାଗୁଛି ଆଶୀଷ ତୁମକୁ ବାରେ କରୁଣା କର l
ସାନ ପିଲା ମୁହିଁ ପାରୁନି ବୁଝି ସଂସାର କଥା,
କହିଦିଅ ଆଜି ମୋ କାନେ ତୁମେ ଶୁଭ ବାରତା l
ମାଗୁନାହିଁ ଧନ ସମ୍ପଦ ଅବା ସରଗ ସୁଖ,
ତୁମ ପଦେ ଦିଅ ଶରଣ ଦୂର କର ମୋ ଦୁଃଖ l
ତୁମେ ପରା ଦୟା ସାଗର ବାରେ ସୁଦୟା କର,
ଦେବ ଦିବ୍ୟ ପୂଜା ପାଇଁକି ବଳୁ ଅନ୍ତର ମୋର l
ଦୁଃଖୀର ଦୁଃଖରେ ନୟନୁ ଝରୁ ଲୋତକ ମୋର,
ତାଙ୍କ ସେବା ମୁହିଁ କରିବି ତିଳେ ନଭାବି ପର l
ମିଥ୍ୟାକୁ ମଣିବି ପାପ ମୁଁ ସଦା ସତ୍ୟ  କହିବି,
କଟୁକଥା କେବେ ନକହି ଜନ ମନ ତୋଷିବି l
କପଟୀ ଲୋକର ପାଖକୁ କେବେ ନଯିବି ମୁହିଁ,
ସଙ୍ଗତ କରିବି ସାଧୁଙ୍କ ସଙ୍ଗେ ଥିବେଟି ଯହିଁ l
ନିରିମଳ କର ହୃଦୟ ଦିଅ ଆଶୀଷ ବାରି,
ଯଶ ଧନ ଲଭି ଜଗତେ ସୁଖ ଦେବି ମୁଁ ଭରି l
     ------*------
ନବମ ଶ୍ରେଣୀ, କେରଳା ପବ୍ଲିକ Iସ୍କୁଲ, ରାଇରଙ୍ଗପୁର,
            ମୟୁରଭଞ୍ଜ l

Post a Comment

0 Comments