ଏ ଶୁଭ ପ୍ରଭାତେ ମା ତୁମେ ଜଗତେ
ଆସ ନବ ରୂପ ନେଇ
ତୁମରି ସନ୍ତାନ କରୁଛି ବନ୍ଦାଣ
ପୂଜା ଅର୍ଘ୍ୟ ଥାଳି ସଜାଇ
ଆସ ନବ ରୂପ ନେଇ |
ଶରତେ ଶାରଦା ବରଦେ ବରଦା
ସନ୍ତାନ ବତ୍ସଳ। ଜନନୀ
ଟୋପି ଟୋପିକାକରରେ
ଭିଜି ଭିଜି ସରାଗରେ
କାଶତଣ୍ଡି ଚାମର କଲାଣି
ତୋ ସେନେହ ବାରିଧାର
ଭିଜି ଯାଉ କଣ୍ଠସ୍ୱର
ଗାଉ ଜୟମହାମାୟୀ
ଆସ ନବରୁପ ନେଇ |
ଏ ଘନ ଅନ୍ଧାରେ ଖୋଜେ ମୁଁ ଆତୁରେ
ତୁମ ଅମୃତ ପରଶ
ତୁମ ପାଦ ଧୂଳି ମଥାରେ ମୁଁ ବୋଳି
ପାଇଯାଏ ଶୁଭାଶିଷ
ଏତିକି ମୋ ଅଳି
ନିଅ ମୋତେ ତୋଳି
ଦିନ ଯାଉ ରୂପ ଧ୍ୟାୟୀ
ଗାଉ ଜୟ ମହାମାୟୀ ||
ଆସ ନବ ରୂପ ନେଇ
ତୁମରି ସନ୍ତାନ କରୁଛି ବନ୍ଦାଣ
ପୂଜା ଅର୍ଘ୍ୟ ଥାଳି ସଜାଇ
ଆସ ନବ ରୂପ ନେଇ |
ଶରତେ ଶାରଦା ବରଦେ ବରଦା
ସନ୍ତାନ ବତ୍ସଳ। ଜନନୀ
ଟୋପି ଟୋପିକାକରରେ
ଭିଜି ଭିଜି ସରାଗରେ
କାଶତଣ୍ଡି ଚାମର କଲାଣି
ତୋ ସେନେହ ବାରିଧାର
ଭିଜି ଯାଉ କଣ୍ଠସ୍ୱର
ଗାଉ ଜୟମହାମାୟୀ
ଆସ ନବରୁପ ନେଇ |
ଏ ଘନ ଅନ୍ଧାରେ ଖୋଜେ ମୁଁ ଆତୁରେ
ତୁମ ଅମୃତ ପରଶ
ତୁମ ପାଦ ଧୂଳି ମଥାରେ ମୁଁ ବୋଳି
ପାଇଯାଏ ଶୁଭାଶିଷ
ଏତିକି ମୋ ଅଳି
ନିଅ ମୋତେ ତୋଳି
ଦିନ ଯାଉ ରୂପ ଧ୍ୟାୟୀ
ଗାଉ ଜୟ ମହାମାୟୀ ||
0 Comments