ଏକ ତରଫା କି ଦୁଇ ତରଫା ଯେ
ନାହିଁ ମୁଁ ଜମାରୁ ଜାଣି
ହେଲେ କ୍ଷଣେ କ୍ଷଣେ ବିରହରେ ତୋର
ହୃଦୟ ଟା ହୁଏ ହାଣି..
ସମସ୍ତ ପ୍ରେମିକ କୁହନ୍ତି ପ୍ରିୟାକୁ
ଅଛୁ ତୁହି ହୃଦୟରେ
ହେଲେ ବିରହରେ କିବା ମରୁଥାନ୍ତି
ଭୟଙ୍କର ଅଥୟ ରେ....
ବୁଝନ୍ତି ସେମାନେ ପ୍ରେମେ ଶେଷ କାମ
ମିଳନ ତ ଦେହ ଦେହ
ହେଲେ ସତ୍ୟ ପ୍ରେମେ ବିଚ୍ଛେଦ ଥିଲେବି
ବଞ୍ଚେ ଜନ୍ମ ଶହ ଶହ...
କରେ ତତେ ପ୍ରେମ ପ୍ରିୟା ରେ ଜାଣିଥା
ଛାଡ଼ିଲି ତୋ ଠାରେ ବାକି
କେଉଁ ନଜରରେ ପ୍ରେମ ଦେବୁ ତୁହି
କହି ଦେଏ ମୋତେ ଡାକି.....
ପ୍ରେମିକ ଭାବରେ ଦେଖୁ ଯଦି ତୁହି
ସାଜିବି ତୋର ପ୍ରେମିକ
ଭାଇ କହିଲେ ବି ହୃଦୟ ମୋ ଖୋଲା
କରିବିନି ଜମା ଶୋକ......
ଯାହାବି ବନ୍ଧନ ଅଛି ଦୁନିଆରେ
ଗୋଟିଏରେ ଦେଏ ବାନ୍ଧି
ହେଲେ ଶତ୍ରୁ ଦାମେ ଭୁଲ ରେ ବି ଥରେ
ମୋତେ ନ ଦେବୁରେ ଛନ୍ଦି...
ଦେଖିଲେ ତତେ ମୁଁ ଦୁନିଆ ମୋ ଦିଶେ
ନ ଦେଖିଲେ ଅନ୍ଧ ଲାଗେ
ରଜନୀ ଶଶାଙ୍କ ଗୋଟେ ସିନା ଅଛି
ତୁ ଜହ୍ନ ମୋ ଦଶ ଦିଗେ......
କେଉଁ ପ୍ରେମିକ ରେ ସ୍ଵ ପ୍ରେମିକା ଭାଇ
ହୋଇବାକୁ ଯେ ପ୍ରସ୍ତୁତ
ଉତ୍ତର ରେ ମୁହିଁ ଆସେ ବୋଲି ହେଲି
ପାଗଳ ତ ପ୍ରମାଣିତ..
କାରଣ ତା ବିନା ଗୋଟିଏ ମୁହୂର୍ତ
ଜଣେ ମୁଁ ଲାଗେ କେମିତି
ଦେହକୁ ତାର ମୁଁ ଭଲ ପାଇଁ ନାହିଁ
ପ୍ରେମ ହୃଦ ଆତ୍ମା ପ୍ରତି.....
ଯେଉଁଠି ଥିଲେ ତୁ କୁଶଳ ରେ ଥାଆ
ଏତିକି ମୁଁ ଚାହୁଁଅଛି
ମନେ ରଖିଥିବୁ ବନ୍ଧନେ ତୋ ଛନ୍ଦି
ତତେ ଭଲ ପାଉଅଛି ||
0 Comments