କବି କ'ଣ ଖାଲି
ଭାବି ଭାବି ଲେଖେ....?
ନା କଳ୍ପନା ରାଇଜରେ ହଜି
କିଛି ଶବ୍ଦ ଖଞ୍ଜି ଦେଖେ
ଆରେ ନା...ନା
କବି ପରା ଦରଦୀ ମଣିଷ ଟେ
ତା ବିଶାଳ ହୃଦୟରେ
ବେଳେବେଳେ ଆଖି ଲୁହରେ
ସୁଖ ଦୁଃଖ ପରଖେ...ଆଉ
ହସ ଭିତରୁ ଦୁଃଖକୁ
ବାଛି ବାଛି ରଖେ...
ଯନ୍ତ୍ରଣା ସହି
ପ୍ରତି ମୁହୂର୍ତ୍ତରେ ସମାଜକୁ
ଗଢିବାକୁ ଶିଖେ....
ଆବଶ୍ୟକତା ପଡିଲେ
ଭଲ ମନ୍ଦ ଭୁଲ୍ ଠିକ୍
କଲମ ମୁନରେ ବାଛେ...
ଏଇ ଯେମିତି "ଫନି"
କାହାକୁ ଛାଡିଲାନି
କି ଗରିବ କି ଧନୀ
ଏ ବେଳରେ କବି ଟିଏ
କ'ଣ ଖାଲି ବସି ଲୁହରେ
କବିତା ଲେଖେ ନା ତ....!!!
ହଁ .. ସକ୍ଷମ ମତେ
ସାହାଯ୍ୟ କରି
ଅନ୍ୟକୁ ବି ସାହାଯ୍ୟ
କରିବାକୁ କହି ରଖେ....
କବି ଡାକୁଛି କବିକୁ
ଆରେ ଆସ ନା...
ଶବ୍ଦ ସବୁକୁ ଗୋଟେଇ
ଜୀବନ୍ତ କରିବା ସତେ
ନିରାଶାର କ୍ଷେତରେ ଆଶା ବୁଣି
ହସ ଫେରେଇବା
ନବୀନ ଭାବନା ମତେ....
===========
ଦେଉଳି, ମୟୂରଭଞ୍ଜ
0 Comments