ଜନ୍ମେଜୟ ସର୍ପଯଜ୍ଞରୁ ବିରତ ରହିଲେ କାହିଁକି? - ନରେନ୍ଦ୍ର ପ୍ରସାଦ ବେହେରା

ରାଜା ପରୀକ୍ଷିତଙ୍କର ଦେହତ୍ଯାଗର କିଛି ଦିନ ଅନ୍ତେ,ତାଙ୍କ ପୁତ୍ର ଜନ୍ମେଜୟ ପିତାଙ୍କର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଏକ ବିରାଟ ସର୍ପଯଜ୍ଞର କଲେ । ବହୁ ଖ୍ଯାତନାମା ଯଜ୍ଞିଙ୍କର ସମାବେଶରେ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହୁଏ । ସେମାନେ ଯେଉଁ ସର୍ପର ନାମ ଧରି ଯଜ୍ଞକୁଣ୍ଡରେ ଆହୁତି ଦେଉଥାନ୍ତି, ସେହି ସର୍ପ ଯଜ୍ଞ କୁଣ୍ଡରେ ପଡି ଭସ୍ମ ହୋଇଯାଉଥାଏ ।  ଏଣେ ତକ୍ଷକ ସର୍ପ ଭୟଭୀତ ତ ହୋଇ ଇନ୍ଦ୍ରଙ୍କର ଶରଣ ନେଲା ଏବଂ ଇନ୍ଦ୍ରଙ୍କର ସିଂହାସନକୁ ଜାବୁଡି ଧରିଲା । ଜନ୍ମେଜୟଙ୍କ ନିର୍ଦ୍ଦେଶରେ ଯେତେବେଳେ ତକ୍ଷକ ସର୍ପର ନାମ ଧରି ଯାଜ୍ଞିକମାନେ ଯଜ୍ଞକୁଣ୍ଡରେ ଆହୁତି ଦେବାକୁ ଯାଉଛନ୍ତି, ସେତେବେଳେ ଦେଖାଗଲା,ଇନ୍ଦ୍ରବସିଥିବା ସିଂହାସନ ସହ ତକ୍ଷକ ଆକାଶରୁ ଯଜ୍ଞଭୂମି ଆଡକୁ ଖସିଆସୁଛି । ଦେବଗୁରୁ ବୃହସ୍ପତି ହଠାତ୍ ସେଠାରେ ଉପସ୍ଥିତ ହୋଇ ରାଜା ଜନ୍ମେଜୟଙ୍କୁ କହିଲେ, ହେ ରାଜନ,ମନୁଷ୍ୟର ଜନ୍ମ ଓ ମୃତ୍ୟୁ ନିଜର କର୍ମଦ୍ବାରା ହିଁ ନିର୍ଣ୍ଣିତ ହୋଇଥାଏ । ସୁଖ ଦୁଃଖର ଦାତା ଅନ୍ୟ କେହି ନୁହେଁ । ଅତଏବ ଏହି ମାରଣ ଯଜ୍ଞରୁ ନିବୃତ୍ତ ହୁଅନ୍ତୁ । ସର୍ପ ଯଜ୍ଞରୁ କ୍ଷାନ୍ତ ହୁଅନ୍ତୁ । 
ରାଜା ଜନ୍ମେଜୟ ଦେବଗୁରୁଙ୍କର ଯଥାବିଧି ସ୍ବାଗତ ସତ୍କାର କରି ସର୍ପ ଯଜ୍ଞରୁ ବିରତ ରହିଲେ । ସର୍ପଯଜ୍ଞର ପରିସମାପ୍ତି ଘଟିଲା । ଇନ୍ଦ୍ର ନିଜ ଲୋକକୁ ଫେରିଗଲେ ।
------------------------------
ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

Post a Comment

0 Comments