ମୋ ମାଟିମାଆ - କଲ୍ୟାଣୀ ନନ୍ଦ

ନାଲି ନେଳି ହଲଦି ରଙ୍ଗେ
କେଡ଼େ ସୁନ୍ଦର ଦିଶୁଛୁ
ବିଚିତ୍ର ବର୍ଣରେ ନିଜେ
ନିଜେ ସଜ  ହେଉଛୁ
ମା,,,,,ମୋ  ମାଟି ମା,,,
ଜଗତ ସୁନ୍ଦର ପାଇଁ
        ବନ  ଉପବନେ
କୋଟି କମ କରିଅଛୁ
        ଏ ସାରା ଭୁବନେ
          ସବୁ ସହୁଅଛୁ ବୋଲି
            ନାଁ ସର୍ବଂସହା
      ତେଣୁ ତୋତେ କହୁଅଛୁ
       ହେ ଧରିତ୍ରୀ ମାତା,,,,,,ଆ
     ମା,,,,,ମୋ ମାଟି ମା,,,,,,
ତୋହରି ସୁଷମା
କେ ଦେଵ ଉପମା
  ଯେଣୁ ତୁ ପ୍ରକୃତି ରାଣୀ
ପିତା ସର୍ବସ୍ରଷ୍ଟା
ସେ  ଯେ ଯୁଗ ସ୍ରଷ୍ଟା
     ସେ ଯେ ମହାଦାନୀ
     ତୁ ଯେ ସନ୍ତାନ ବତ୍ସଳା
     ଅଭୂତ ଶସ୍ୟ ଶ୍ୟାମଳା
      ଅମୃତ ଦାୟିନୀ ମାଆ,,,,
       ମୋ ମାଟି ମା
=================
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର

Post a Comment

0 Comments