ଆମେ ପରା କର୍ମଚାରୀ - ଗୋପାଳ ଚନ୍ଦ୍ର ସାଓ

ନିର୍ବାଚନ କମିଶନଙ୍କ
କଡା ନିର୍ଦ୍ଦେଶ
ଦୁଇ ପାଦ ତଳକୁ ଖସି ଆସିଥିବା
ସୂର୍ଯ୍ୟ ଦେବଙ୍କ ଫୁଟାଣି
କିଛି ଅବ୍ୟବସ୍ଥା
ଭୋଟର ମାନଙ୍କ ସନ୍ଦେହ
ଆକସ୍ମିକ ରୋଗର ଆଗମନ
ଏ ସବୁ କୁ ସହି
ପୋଲିଙ୍ଗ୍ ମେଟେରିଆଲ୍
ମୁଣ୍ଡରେ ଧରି
ଘଣ୍ଟା ଘଣ୍ଟା ଜଗିବା
ଉଃ କି କଷ୍ଟ....???

ଗିଲା ଭାତ ଆଳୁ ଚଟଣି
ଯଦି କିଛି ନାହିଁ
କଞ୍ଚା ବିଲାତି ଆଉ ବାଇଗଣକୁ
ଯେମିତି ସେମିତି ପୋଡି ଆଣି
ପେଟେ ପଖାଳ ମାରି
ମେସିନ ଟ୍ରାଏ କଲାବେଳକୁ ଖରାପ୍
ପୁଣି କେତେବେଳେ ହେବ ବଦଳି
ଏତେ ଭାବି ପମ୍ପ ଦିଆ ତକିଆରେ
ମୁଣ୍ଡ ପଶି ଗଲା
ସାର୍ କହିଲେ ଆରେ ଆରେ
ତୁମ ତକିଆ ଟା
ହୋଇ ଯାଇଛି ଲିକ୍ ରେ
ନିଦ.... ଯା ଯା ତୋ ବାଟରେ...

ନିଜ ନିଜ ଭିତରେ ଝଗଡା
ରାତି ଦୁଇ ତିନିଟାରେ
ସବୁ କାମ  ସାରି
ଜାକା ଚିପାରେ ଫିଟି ଯାଇଥିବା
ଜଉ ସିଲ୍ ଟା ପାଇଁ
ଆହୁରି ଅଧ ଘଣ୍ଟା ଡିଟେନ୍
ଓଃ କି ଅତ୍ୟାଚାର....

ଶହେ ଅଶି ବାୟ ଶହେ ଚାଳିଶ ବି ପି
ହାଇପାର୍ ଏସିଡିଟି
ଅଂଶୁଘାତ କୁ ସୁଗାର୍ ବଢିଛି
ଝାଡା ବାନ୍ତି ଏମିତି କେତେ କେତେ
ଘର ଲୋକଙ୍କୁ କିଏ କହୁଛି
ଚାଲ  ସହିଯିବା ନ ହେଲେ
ବୁଲି ଚାହିଁଲା ବେଳକୁ
ଚାକିରୀ ଟା ନ ଥିବ
ଆଉ କାହାର ହେଇଯାଇଛି...

ତିରିଶ ଲକ୍ଷ ଟଙ୍କା ର
କ୍ଷତି ପୂରଣ ରାଶି
ପୁଣି କିଏ କହେ ଦିଅ
ଆହୁରି ବେଶୀ ....ହେଲେ
ଏ ମନ କହୁଥାଏ
ରଖ ହୋ ତୁମ ଛପା କାଗଜ
ମୋ ସ୍ତ୍ରୀ ପିଲା ଛୁଆ ତେଣେ
ଜଗିଛନ୍ତି ମୋ ଫେରିବା
ବାଟ କୁ ବସି....

ଟିଏ ଡିଏ ସବୁ ମିଶି
ଟଙ୍କା କେଇଟା
ବାଟ ଯାକ ରେ ବି ସରେନି
ମେସ୍ ହିସାବ ଟା
ହଜି ଯାଇଥିବା ଟର୍ଚ୍ଚ ,ଚାର୍ଜର
ପାୱାର ଚଷମା କୁ ନୂଆ ମଶାରୀ
କିଣିବାକୁ ପଡିବ...ଛାଡ଼
ସ୍ପେସିଆଲ ଇନ୍କ୍ରିମେଣ୍ଟ୍ ଟା
ଥାଉ ବିଚାରାଧୀନ
ଏପଟେ "ଫୋନି" ଟା କଲାଣି
ଓଡିଶା ଇନ୍ ...କୁଆଡେ
ଦୁର୍ନୀତି ସବୁକୁ
ଧୋଇ ନେଇ ଯିବ
ଓଡିଶା ହୋଇବ କ୍ଲିନ୍....
=================
ଦେଉଳି, ମୟୂରଭଞ୍ଜ

Post a Comment

0 Comments