ସେଦିନ ଶନିବାର । ସକାଳୁ ସକାଳୁ ଧନୀ ଆସି ଡାକ ଛାଡିଲା, ମଣ୍ଟୁ ଆଜି କଣ ସ୍କୁଲ ଯିବୁ ନାହିକି? ସମୟ କେତେ ହେଲାଣି ଦେଖିଛୁ? ମଣ୍ଟୁ ଶୀଘ୍ର ଶୀଘ୍ର ନିଜକୁ ପ୍ରସ୍ତୁତ କରି ନିଜର ସ୍କୁଲ
ବ୍ୟାଗଟିକୁ ଧରି ବାହାରି ଆସିଲା । ରାସ୍ତାରେ ଦୁହେଁ କଥା ହୋଇ ହୋଇ ଚାଲୁଥିବା ହଠାତ୍ ରାସ୍ତା
କଡରେ ଥିବା ଆମ୍ବ ତୋଟାକୁ ଦେଖାଇ ଧନୀ କହିଲା, ମଣ୍ଟୁ ଦେଖିଲୁଣି ଆମ୍ବ ଗୁଡାକ କେମିତି ଆମକୁ ଅନାଇ ହସୁଛନ୍ତି । ଚାଲ, ଗୋଟାଏ ଦୁଇଟା ନେଇ ଆସିବା । ମୋ ପାଖରେ
ଲୁଣ ଲଙ୍କା ଅଛି । ଭାରି ଜମିବ । ‘ତେବେ ବୁ କଣ ଘରୁ ମନସ୍ଥ କରି ଆସିଥିଲୁ ଯେ ଆଜି ଆମ୍ବ ଖିଆ ପର୍ବ କରିବୁ?’ ମଣ୍ଟୁ ପଚାରିଲା । ଆରେ
ସେଥିରେ ତୋତେ କଣ ମିଳିବ? ଚାଲ… । ଦୁଇ ଚାରିଥର ନାହିଁ କରି
ମଣ୍ଟୁ ଶେଷରେ ଧନୀ କଥାରେ ରାଜି ହୋଇଗଲା ।
ଧନୀ ପ୍ରଥମେ ବାଡ଼ ଡେଇଁ ତୋଟାରେ ପହଞ୍ଚି ମାଣ୍ଟୁକୁ
ସାହାଯ୍ୟ କଲା । ଧନୀ ଚଷା ଘର ପିଲା । ତାଳୁ
ବାଡି, ଟେକା ପଥର ଇତ୍ୟାଦି ଯୋଗାଡ଼ କରି ଗଛକୁ
ଫୋପାଡ଼ିବା ଆରମ୍ଭ କରିଦେଲା । ବେଶ କିଛି ସମୟ ଚେଷ୍ଟା କରି ସେ ଦୁଇଟି ଆମ୍ବ ସଂଗ୍ରହ କରିପାରିଲା
ବେଳକୁ ହଠାତ କିଏ ଜଣେ ପାଟି କରିବା ଆରମ୍ଭ କରିଦେଲା, ‘କିଏ ସେଠି? କଣ କରୁଛ?’ ଏବଂ ମଣ୍ଟୁ କିଛି ଚିନ୍ତା
କରିବା ପୂର୍ବରୁ ସେ ସେଠାରେ ପହଞ୍ଚିଗଲା । ଏତିକି ବେଳେ ମଣ୍ଟୁ ଦେଖେଟ ଧନୀ କେତେବେଳେ ସେ
ସ୍ଥାନ ଛାଡ଼ି ପଳେଇଯାଇଛି । ତୋଟା ଜଗୁଆଳ ମାଣ୍ଟୁକୁ ଧରି ସ୍କୁଲରେ ପହଞ୍ଚିଲା । ପ୍ରଧାନ
ଶିକ୍ଷକଙ୍କ ପକାହରେ ପହଞ୍ଚି ସେ ଯେତେବେଳେ ସବୁ କଥା କହିଲା, ସାରଙ୍କର ରାଗ ପଞ୍ଚମରେ ପହଞ୍ଚି ସାରିଥିଲା । ସେ କହିଲେ ତୋ ଭଳି
ପିଲା ଯାହାକୁ ନେଇ ସ୍କୁଲ ଗର୍ବ କରେ ତା’ ବିରୁଦ୍ଧରେ ଏଭଳି ଅଭିଯୋଗ ଅତ୍ୟନ୍ତ ଆଶାଭନୀୟ ।
ସେଦିନ ମଣ୍ଟୁ ବହୁତ ମାଡ଼ ଖାଇଲା ।
ପରଦିନ ପୁଣି ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ମଣ୍ଟୁ ନିଜ ଜେଜେଙ୍କ ସହ ସ୍କୁଲରେ
ପହଞ୍ଚିଲା । ଜେଜେ ସାରଙ୍କୁ ସବୁ କଥା କହିବା ପାରେ ସାର ଧନୀକୁ ଡକାଇଲେ । ସେ ସୁନା ପିଲା ଭଳି ଆସି ସାରଙ୍କ ସାମ୍ନାରେ କିଛି ନ
ଜାଣିଥିବାର ଅଭିନୟ କଲା । କିନ୍ତୁ ହେଡ଼ ସାରଙ୍କର
ବେତ ମାଡ଼ ସାମ୍ନାରେ ବା କେତେ ସମୟ ତିଷ୍ଠି ଥାନ୍ତା? ସବୁ ସତ କଥା କହିଗଲା । ସେ ଦିନ ସ୍କୁଲ ଶେଷ ପର୍ଯ୍ୟନ୍ତ ଧନୀକୁ
କ୍ଲାସ ସାମ୍ନାରେ ଦୁଆର ମୁହଁରେ ଛିଡ଼ା ହେବାକୁ ପଡିଲା ।
ନିଜେ ଭୁଲ କରିଥିଲେ ବି ଧନୀ ମଣ୍ଟୁ ଉପରେ ଖୁବ ରାଗି ଯାଇଥିଲା । ସେ ମନେ ମନେ ସ୍ଥିର କରି
ନେଇଥିଲା ଯେ ମଣ୍ଟୁକୁ ସେ କ୍ଷମା କରିବ ନାହିଁ ।
ମନେ ମନେ ମଣ୍ଟୁକୁ ହଇରାଣ କରିବାକୁ ଯୋଜନା କରୁଥାଏ ।
ଦିନେ ସନ୍ଧ୍ୟାରେ ମଣ୍ଟୁ ସ୍କୁଲରୁ ଫେରି ନଦୀକୁ ଯାଉଥାଏ । ଧନୀ ନିଜ ପୂର୍ବ ଯୋଜନା ଅନୁଯାୟୀ ତା’ ପଛେ ପଛେ ଯାଇ ମଣ୍ଟୁର ଅଜାଣତରେ ସେ
ନଦୀବାଲିରେ ରଖିଥିବା ଗାମୁଛରେ ବିଛୁଆତି ପତ୍ରର
ଗୁଣ୍ଡ କିଛି ପକାଇଦେଲା । ସନ୍ଧ୍ୟା ସମୟ ।
ଯେତେବେଳେ ମଣ୍ଟୁ ନିଜ ଦେହକୁ ପୋଛିବା ଆରମ୍ଭ କରିଛି, ଦେହ ସାରା ଭୟଙ୍କର କୁଣ୍ଡାଇ ହେଲା । ମଣ୍ଟୁ କାନ୍ଦି କାନ୍ଦି ଘରେ
ପହଞ୍ଚି ନିଜ ବୋଉକୁ ସବୁ କଥା କହିଲା । ଜେଜେଙ୍କ
ହସ୍ତକ୍ଷେପ ପରେ ଦୁଇ ଦିନ ପରେ ତା’ର ଦେହ ସଂପୂର୍ଣ୍ଣ ଠିକ ହେଲା ।
ସେ ସମୟରେ କିନ୍ତୁ ମଣ୍ଟୁ ଓ ତା’ର ପରିବାର ଭାବିଥିଲେ ବୋଧେ ସେ ଅନ୍ଧାରରେ କେଉଁଠି ଗାମୁଛା ରଖିଦେଇଛି ଯାହା ଦ୍ଵାରା
ବିଛୁଆତି ଲାଗିଗଲା ।
ସେ ସମୟରେ ପଞ୍ଚମରେ ବୋର୍ଡ ପରୀକ୍ଷା । ଧନୀ
ବହୁତ ଅନୁରୋଧ କରି ମଣ୍ଟୁ ପାଖରେ ଆସି ପାଢାପଢି କରି ପରୀକ୍ଷାରେ ଫେଲ ହେବାରୁ ବଞ୍ଚିଯାଇଥିଲା ।
ଏ ସବୁ ପରେ ସେ ନିଜକୁ ଖୁବ ଦୋଷୀ ମଣୁଥାଏ । କିନ୍ତୁ ମଣ୍ଟୁକୁ କହିବାକୁ ଭୟ କରୁଥିଲା ।
ବେଶ କିଛିଦିନ ଗଲାପରେ ଧନୀ ତା’ ସାଙ୍ଗମେଳରେ କହିବାର ଖବର ମିଳିଥିଲା ଯେ ମଣ୍ଟୁ ଭଳି ପିଲାକୁ ମୁଁ ବିଛୁଆତି ଲଗାଇ
ଦେଇଥିଲି। ମୋ ଭଳି ପିଲା ତା’ ଯୋଗୁଁ ଆଜି ପାରୀକ୍ଷାରେ ପାସ କରିଛି ।
ମଣ୍ଟୁ ସବୁ ଶୁଣିଲା ପରେ ବି ନ ଶୁଣିଲା ପରି ସେଦିନ ସବୁ କଥାକୁ ଆଡ଼େଇ ଦେଇଥିଲା । ଆଜି
ଜୀବନରେ ବେଶ କୀଚ ପାହାଚ ଗତି କଲାପରେ ବି ଦୁହେଁ ପରସ୍ପର ସହ ବନ୍ଧୁତା ରଖିଛନ୍ତି ଓ ସମୟେ ସମୟେ
ସେ କଥାକୁ ମନେ ପକାଇ ଖୁବ ହସନ୍ତି । ସେ ପିଲାଦିନ ... ସେ ଆମ୍ବତୋଟା... ସେ ବିଛୁଆତି... ଓ ସେ
ମାନସିକତା... ॥
0 Comments