ହେ ଫଗୁଣ - କଲ୍ୟାଣୀ ନନ୍ଦ

ହେ ଫଗୁଣ  !!!
ତୁମେ ଥରେ ଆସନ୍ତ କି
ମୋ ହତାଶ ମନରେ
ଲକ୍ଷେ ଶ୍ରାବଣ ନେଇ
ସେ ଶ୍ରାବଣ ଧାରେ
ମୋ ଆଶା ସ୍ବପ୍ନକୁ
 କାଗଜ ଡଙ୍ଗାରେ
    ଦେଇ ପାରନ୍ତି ଭସାଇ,,,,
ତୁମେ ଆସନ୍ତ କି
      ଲକ୍ଷେ ଶ୍ରାବଣ ନେଇ,,,,0
ସବୁ ସୁଖ ଦୁଃଖ
ନ ହୋଇ ବିମୁଖ
 ଲେଖନୀରେ ଲେଖି ଜଣାନ୍ତି,,,,,
   ଅତି ଆପଣାର ହୋଇ,,,
ଗୋଧୂଳି ବେଳାରେ
ପ୍ରତିଛବି ଆଙ୍କି
       ପାଦ ପୂଜା କରିଥାନ୍ତି
ଶେଫାଳି ସୁବାସେ
ନିଆଳି ପରଶେ
       ପ୍ରୀତିପର୍ଣ୍ଣା ସାଜିଥାନ୍ତି
        ପ୍ରାଚୀ ଗବନରୁ
         ନାଲି ପାଟ ଆଣି
        ବନ୍ଦାଇବି ,,,,,,,,,                               
      ନବ  ବଧୁ ବେଶ ହୋଇ,,1
ସରୁ ଓଢଣାରେ              ଚୋରା ଚାହଁ।ଣିରେ 
     ତୁମ ମନ କିଣିଥାନ୍ତି
ପୀରତି ବିଭୋରେ
 ଫୁଲ ମହକରେ   
     ଆପଣାର କରି ନିଅନ୍ତି
ସ୍ୱପ୍ନ ପୁରୀର
ମନ ରାଇଜରେ
ରୁହନ୍ତି,,,,,,,,,
ତୁମ ସ୍ୱପ୍ନ ରାଣୀ ହୋଇ,,,2
ବାରେ ଆସନ୍ତ କି,,,,,
ଲକ୍ଷେ ଶ୍ରାବଣ ନେଇ |
==============

ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର

Post a Comment

0 Comments