ତୁ ଏକା ସର୍ବବିଦ୍ୟ ଜଗନ୍ନାଥ - ପ୍ରଣତି ମହାପାତ୍ର

କି ମନ୍ତ୍ର ଗୁଣିବି ତୋ ପାଇଁ କହରେ
ସବୁର ତୁ ପରା ସ୍ରଷ୍ଟା,
କେଉଁ ରୂପ ହୃଦେ ଚିନ୍ତିବି ସଦା ମୁଁ
ତୁ ତ ମହା ଦିଗ୍ ଦ୍ରଷ୍ଟା।
ଅରୂପରେ ରୂପ ଦେବାପାଇଁ ତୋର
ନାହିଁ ପାଖେ ମୋର ଭାଷା,
ତୁହି ମୋ ଜୀବନ ତୁହି ମୋର ଧନ
ତୁହି ମୋ ଆଶା ଭରସା।
ଅସାର ସଂସାରେ ନୁହେଁ କିଛି ସାର
ତୋ ନାମ ଶ୍ରେଷ୍ଠ ସମ୍ପତ୍ତି,
ନୟନେ ତୋ ରୂପ ତୁଣ୍ଡେ ନାମ ଥିଲେ
ଆସେନି କିଛି ବିପତ୍ତି।
ଜଗତର ନାଥ ଜଗନ୍ନାଥ ବୋଲି
ହୁରି ପଡେ ଏ ଜଗତେ,
ତୁ କେତେଅନାଥ ଭାବେ ବୁଝେବୋଲି
ଦୋଷ ଦିଏନି ମୁଁ ତୋତେ।
କରି କରାଉଛୁ ଯାହା ତ ହେଉଛି
ପରତେ ଯାଏ ରେ ମୁହିଁ,
ଦୋଷ ଦେଇ କିଆଁ ପାପ ମୁଁ ଅର୍ଜିବି
ଆହେ ଜଗତର ସାଇଁ।
=========
ବାଲେଶ୍ଵର

Post a Comment

0 Comments