ଲୋଭରୁ ପାପ - ଗୋପାଳ ଚନ୍ଦ୍ର ସାଓ

ତୁମର.....
ପାପ ଯେତିକି
ପୁଣ୍ୟ ବି ସେତିକି
ଏ ପଟେ ସ୍ୱର୍ଗ
ସେ ପଟେ ନର୍କ ପଡିବ
ଇଚ୍ଛା ମତେ ଯାଅ
କୁଆଡେ ଯିବ....?

ଏତେ ଶୁଣି
ଲୋଭି ମଣିଷ ଟା
ରହିଲା ଟିକିଏ ନିରବ
ଭାବିଲା ଆସିଛି
ଶେଷ ସୁଯୋଗ ଟେ ମୋହର
ହେବ ଯଦି ସମ୍ଭବ
ସ୍ୱର୍ଗ ଆଉ ନର୍କ ମଝିରେ
କରି ବସିବି ମୁଁ
ବଡ଼ କରି ଏକ ବେପାର....

ବଢିଆ ହେବ...
ସ୍ୱର୍ଗରୁ ଆସିବେ
ଆଉ ନର୍କରୁ ବି ଆସିବେ
କରିବି କଳା ବଜାରୀ
ଦଣ୍ଡି ମାରିବି ବି ମୁଁ ତାଙ୍କର
ଚଢା ଦରରେ ସବୁ
ସଉଦା ବିକିବି
ମୁହଁ ଚିହ୍ନିବିନି କାହାର....

ଏତେ ଭାବୁ ଭାବୁ....
ଧକ୍କା ଟେ ଖାଇଲା
ଖୋଲି ଗଲା ନର୍କ ଦୁଆର
ଚିତ୍ର ଗୁପ୍ତ ତେଣେ
ହିସାବ କହିଲେ
ଏବେ ପାପ ବେଶି ହେଲା ତାହାର
ଠକେଇ ମାମଲାରେ
ରୁଜୁ କରି ଦିଅ
ନର୍କରେ ଦ୍ଵି ଚାରି ପାହାର....
=============
ଦେଉଳି, ମୟୂରଭଞ୍ଜ

Post a Comment

0 Comments