ମାଆ ଦୂର୍ଗା - ସ୍ନିଗ୍ଧା ସାମନ୍ତରାୟ

ହେ ଆଦିମାତା ତ୍ରୈଲୋକ୍ୟବନ୍ଦିତା
ଧରା ଧାମେ ଶକ୍ତି ରୂପେ ପୁଜିତା
ଆସ ଆସ ଦୂର୍ଗା ମାଆ
ଆସ ଆସ ଦୂର୍ଗା ମାଆ ।

ମନ୍ତ୍ର ଯନ୍ତ୍ର ଜପ ତପ ନ ଜାଣଇ କରେ ତୋ ପୂଜା
     ପାପରେ ପୂର୍ଣ୍ଣ ଏ ଧରା
ଧରଣୀ କାନ୍ଧୁଛି
ଉଦ୍ଧାର କର ମା ଭବାନୀ
ନିର୍ମଳ ଚିତ୍ତେ ଡାକେ ତୋତେ
   ହୃଦୟେ ଭରିଦେ ତୋ କୃପା
           ଆସ ଆସ ଦୂର୍ଗା ମା ।

ହେ ଶକ୍ତିମୟୀ ଜଗତ ମନ ମୋହିନୀ ସକଳ ସୁଖ ଦାୟିନୀ
       ସର୍ଵ ଭୂତେ ତୁ ପୂଜିତା
ନାରୀ ଆଜି ହୁଏ ନିର୍ଯ୍ୟାତିତା
ଜଗତମାତା ହୋଇ ଦେଖାଇ ଦେ
     ବିଶ୍ୱ ସଂହାରିନୀ ମହିଷାମର୍ଦ୍ଧିନୀ ରୂପଟା
କାତରେ ଡାକୁଛି ମୁହିଁ
କଳି କଳମଷ ନିଅ ଧୋଇ

ନବରାତ୍ରେ ନବନାମେ କୁମାରୀ ପୂଜିତା
କାହିଁକି କନ୍ୟାକୁ ନଷ୍ଟ କରେ ବିକୃତ ସମାଜ
ସହିଛୁ କିପରି କହଲୋ ମାତା
ଶାରଦୀୟ ପୂଜାରେ କରେ ବିନତି
ଦୟା ଧର୍ମରେ ସର୍ବେ ରୁହନ୍ତୁ

   ତୋ କୃପାବଳେ
ସବୁ ଦୁଃଖ କଷ୍ଟ ନେଇ ଭରିଦେ ଶାନ୍ତି ମୈତ୍ରୀ
କନ୍ୟାରତ୍ନକୁ ଘଣ୍ଟ ଘୁଡାଇ
   ରଖିଥା ହେ ଜଗଦ୍ଧାତ୍ରୀ
ଯୁଗେ ଯୁଗେ ନାରୀ ରହିଥାଉ ସମ୍ମାନର ପାତ୍ରୀ
         ଏତିକି କରୁଣା ଦେ ଆଦ୍ୟାଶକ୍ତି  ।

Post a Comment

0 Comments