ଶୀତ ପୁଣି ଫେରିଛି - କିରଣ ମନୀଷା ମହାନ୍ତି

ଆମ ଗାଁର ଗଳି କନ୍ଦି ରାସ୍ତା ଆଉ
ସହରର ବଡ଼ ବଡ଼ ଛାତକୁ
ପରଶି  ଦେବାକୁ ତାର
କାକର କୁହୁଡି
ଶୀତରେ ଦୁଇ ଓଠର
ସ୍ପର୍ଶ ସତରେ ଭାରି ନିଆରା
ଲାଗେ...

ଇଚ୍ଛା ହୁଏ ଖୁବ ଜୋରେ
ଜାବୁଡି ଧରିବାକୁ
ଓଠରୁ ଛାତିର ଆଲିଙ୍ଗନ ଯାଏ
ଶୀତ ପୁଣି ଫେରିଛି
ଗାଁ କନିଆଁ ପରି
ଘୋଡ଼ି ହୋଇ ଓଢଣୀ ପକାଇ
ବର୍ଷା ଖରାର ଅଭିଯୋଗରୁ
ନିଆରା ଅଭିଯୋଗ ତା'ର
ଜିଦ ଅନେକ ସାଲ କମ୍ବଲ ସିଉଟର
ସିତର ପାଦରେ ବେଡି ନ ଥାଏ
ଶୀତ ଓଠରେ ଗୁଣୁ ଗୁଣୁ
ଗୀତ ଥାଏ
ଶୀତର ଲହରୀ ।
ଶୀତ ଖୋଜେ ଖୁବ ଲାଜ ।
ପୋଖରୀ ତୁଠ ରେ ପାଉଜି
ହଯାଇଲା  ପରି
ଶୀତ ପୁଣି ଖୋଜି ବୁଲେ
ମିଠା ମିଠା ଦୁଷ୍ଟାମୀ
ମିଠା ସ୍ପର୍ଶକୁ ପାଖରେ
ପାଇବାକୁ ।
ଗାଁ ବିଲ ବନ ସବୁରି
ଦେହରେ ତା'ର
ସୁନ୍ଦର ଆପଣା ର ଚିନ୍ନ
ଭଲ ପାଇବାର ନିବିଡ଼ ପ୍ରମାଣ
ଖୋଜେ ଶୀତ ।

Post a Comment

0 Comments