ପାଣିର ଫୋଟକା ଭଳି କ୍ଷଣିକ
ସେଠି କେମିତି ମୁଁ ଲେଖିବି କବିତା
ଦେଇ ଛନ୍ଦ, ରୂପକ, ଜମକ ?
ଆଗମନ ସେଇ ତିଥି ଅଷ୍ଟମୀ
ଝଡ଼ ବାତ୍ୟା ବତାଶର ପ୍ରାଦୁର୍ଭାବ
ଚାରିଆଡ଼େ ଚିତ୍କାର, ହାହାକାର
କ୍ଷଣିକେ ସୁଖ ସଂସାରର ଇତି
ଚାରିଦିଗ ଖାଲି ରୋଗ, ଶୋକ ଆଉ
ଭୀତି ।
ଏ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ
ଏ ଭୁଭୁକ୍ଷୁ ମାନବ
କଣବା’ ଦେବ ତୋତେ ପ୍ରଣାମୀ
ପ୍ରତିକ୍ଷଣ, ଅନୁକ୍ଷଣ ସେ ଯେ
ଜର୍ଜରିତ ଗୋଟିଏ ପଦ୍ୟରେ
ନମାମୀ ମାଁ ଦୁର୍ଗେ ନମାମୀ
କଣ ବା’ ଦେବି ତୋତେ ପ୍ରଣାମୀ
ପ୍ରତିକ୍ଷଣ, ଅନୁକ୍ଷଣ ମୁଁ ଯେ
ମୃତ୍ୟୁ ଶରଣମ ଗଚ୍ଛାମୀ
ମୁଁ ଯେ ମୃତ୍ୟୁ ଶରଣମ ଗଚ୍ଛାମୀ ॥
0 Comments