(୧)
ସୃଷ୍ଟି ଅଦ୍ୟ କାଳୁ ଦେବୀ ତୋହର ଉତ୍ପତ୍ତି,
ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର,
ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି,
ସହଜେ ବୁଝିବ କାହିଁ ତାହା ନର ଛାର ।
(୨)
ଅନଳେ ଆହୁତିଧାରା କରି ଚରଷଣ,
ପୂତନୀରା ସରସ୍ଵତୀ-ପୁଳିନ ପ୍ରଦେଶେ
ଗାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ,
ପ୍ରକାଶିଲେ ତହିଁ ମାତଃ କି ଶୁଦ୍ଧ ସୁବେଶେ।
ସେ କାଳର ଶୁଦ୍ଧ ବେଶ ଦିବ୍ୟ ଭାବମାନ
ବିଭାସିଣ ଆଲୋକିଛି ସର୍ବ ବସୁନ୍ଧରା
ତମାବୃତ୍ତ କିନ୍ତୁ ଆଜି ଭାରତ-ସନ୍ତାନ,
ନ କରଇ କହ କିବା କାଳ ପରମ୍ପରା ।
(୪)
ପଙ୍କଜ-ବାସିନୀ ଦେବୀ ନିତ୍ୟ ବୀଣାପାଣି,
ବାଅ ସେ ଆମର ବୀଣା କୃପା କରି ଥରେ,
ପ୍ରବେଶୁ ତା ଦିବ୍ୟନାଦ ମୃତ ସଞ୍ଜିବନୀ
ମୃତ ପ୍ରାୟ ଭାରତର ହୃଦୟ-କନ୍ଦରେ।
(୫)
ଭାରତେ ଉରକାଳ ପୁଣି ଅତି
ଅଭାଗିନୀ,
ଧନେ, ଜନେ, ମାନେ, ଜ୍ଞାନେ, ବିକ୍ରମ, ସାହସେ,
ଆଦେଶେ ମା ଫୁଟି ତବ
ଆବାସ-ନଳିନୀ
ଗୌରବ-ତପନେ ବାରୁ ଉତ୍କଳ-ନଭସେ ।
(୬)
ମହାନନ୍ଦେ ବିହରିଣ ନିତି ଜ୍ଞାନ
ବନେ
ଶାସ୍ତ୍ର-ସୁମନରୁ ସତ୍ୟ-ମକରନ୍ଦ
ରାଶି
ଆହରିଣ ଭକ୍ତିଭରେ ହେ
ସୁଧୀବନ୍ଦନେ,
ଖଟନ୍ତୁ ତୋ ପଦଯୁଗେ
ଉତ୍କଳ-ନିବାସୀ।
(୭)
ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା,
ପୁରୁ ମାତଃ ବାକ୍ୟ-ଦେବୀ ତୋହର
ପ୍ରସାଡେ,
ବାସ୍ତବ ବିଶ୍ଵର ଯେତେ ନୀରସ
ଘଟନା
ପ୍ରବେଶ ନ କରୁ କେବେ ମୋ
ସୁଖ-ପ୍ରାସାଦେ
(୮)
ଆବର୍ଜ୍ଜନାମୟ ଏହୁ
ସଂସାର-ଜଞ୍ଜାଳେ
କେବେ ପ୍ରପୀଡିତ ମୋର ନ ହେଉ
ମାନସ,
କଳ୍ପନାର ସୁଖରାଜ୍ୟେ ଦେଖେ
କାଳେ କାଳେ
ସ୍ଵର୍ଗୀୟ ସୁଷମା ଆଉ ସ୍ଵର୍ଗୀୟ
ରହସ୍ୟ।
0 Comments