ଡକ୍ଟର ଲକ୍ଷ୍ମଣ ସାହୁ

ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ ସାରସ୍ଵତ ପରମ୍ପରାର ଜଣେ ସମର୍ଥ ସାଧକ । ଗଳ୍ପ, କବିତା, ପ୍ରବନ୍ଧ ଓ ଫିଚର ରଚନାରେ ତାଙ୍କର ଅଭିରୁଚି। ସ୍ଵରାଜ୍ୟ ପତ୍ରିକାର ସହ ସମ୍ପାଦକ ଓ ଧରିତ୍ରୀର ସାମ୍ବାଦିକ ଭାବରେ ତାଙ୍କର ଦକ୍ଷତା ପ୍ରତିପାଦିତ । ଦଶମ ଶ୍ରେଣୀର ଛାତ୍ର ଥିଲାବେଳେ ସେ ଶିଖା ନାମକ ପତ୍ରିକାର ସମ୍ପାଦନା କରି ନିଜର ପ୍ରତିଭାର ଯଥାର୍ଥ ପରିଚୟ ଦେଇଛନ୍ତି । କଟକ ଆକାଶବାଣୀର ଯୁବବାଣୀର କଳାକାର ରୂପରେ ଡକ୍ଟର ସାହୁ ତାଙ୍କର ସର୍ଜନଶୀଳତା ପ୍ରତିପାଦନ କରିଛନ୍ତି । ଓଡ଼ିଶାର ବହୁ ପ୍ରତିଷ୍ଠିତ ସମ୍ବାଦପତ୍ର ତଥା ସାହିତ୍ୟ ପତ୍ରିକାରେ ଟାକର ଶତାଧିକ ଲେଖ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦର ପତ୍ର ବିନିମୟ ପାଠ୍ୟକ୍ରମ ନିମିତ୍ତ ଗ୍ରନ୍ଥ ସମୀକ୍ଷା ରଚନା କରିବା ତାଙ୍କର ସୂକ୍ଷ୍ମ ଓ ସାରସ୍ଵତ କୃଷ୍ଟିର ପରିଚୟ ମିଳେ

ନୟାଗଡ଼ ଜିଲ୍ଲା ସାନକିଲୋ (ରଣପୁର) ଗ୍ରାମରେ ସ୍ଵର୍ଗୀୟ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସ୍ଵର୍ଗୀୟା ତାରାଦେଈଙ୍କ ଔରସରୁ ୦୭/୦୮/୧୯୬୭ରେ ଅଧ୍ୟାପକ ଲକ୍ଷ୍ମଣ ସାହୁଙ୍କ ଜନ୍ମ । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନ ସହ ଉତ୍ତୀର୍ଣ୍ଣ ହେଲାପରେ ଡକ୍ଟର ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବୃତିତ୍ଵର ସହ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରତି ଓ ବଲରାମ ଦାସଙ୍କ ଦାଣ୍ଡି ରାମାୟଣ: ଏକ ସମାଜ ତାତ୍ତ୍ଵିକ ଅଧ୍ୟୟନ ଶୀର୍ଷକ ସନ୍ଦର୍ଭ ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି. ଉପାଧିଲାଭ କରନ୍ତି। ସେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଡକ୍ଟର ଉଦୟନାଥ ସାହୁଙ୍କ ଅନୁଜ । ସମ୍ପ୍ରତି ଡକ୍ଟର ସାହୁ ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକରେ ଓଡ଼ିଆ ଓ ସାହିତ୍ୟ ବିଭାଗରେ ଅଧ୍ୟାପନାରତ
------------------------------------------------------------------
ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗ, ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ,  କଟକ-4
ଦୂରଭାଷ  :  94377 40280
Email : Laxmansahoo9040@gmail.com