ରାଜ୍ୟସ୍ତରୀୟ କବିତା, ଗଳ୍ପ, ଏବଂ ପ୍ରବନ୍ଧ ପ୍ରତିଯୋଗୀତା ୨୦୧୮ (EXTENDED)

ଓଡ଼ିଶାଫାଇଲ୍(ଡଟ୍ କମ୍) ୱେବପୋର୍ଟାଲ ଏବଂ ବସୁଧା କମ୍ପ୍ୟୁଟର ମିଳିତ ଉଦ୍ୟମରେ ନେଇ ଆଣିଛନ୍ତି ଏକ ସୁନ୍ଦର ଉପହାର ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ କବିତା, ଗଳ୍ପ ଏବଂ ପ୍ରବନ୍ଧ ପ୍ରତିଯୋଗିତା। ଓଡ଼ିଆ ଭାଷାର ଉନ୍ନତି ଏବଂ ବିକାଶ ଦିଗରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର କବିତା, ଗଳ୍ପ, ଏବଂ ପ୍ରବନ୍ଧ ଅକ୍ଟୋବର 30 ସୁଦ୍ଧା www.odishafiles.in କିମ୍ବା www.basudhacomputer.com ୱେବସାଇଟରେ ଅପଲୋଡ କରି ପ୍ରତିଯୋଗିତାରେ ଭାଗ ନେଇପାରିବେ। ବିଜେତାଙ୍କୁ ଡିଜିଟାଲ ମାନପତ୍ର ସହ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଅଛି। ଏହି ପ୍ରତିଯୋଗିତାକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଅଛି। 

ପ୍ରତିଯୋଗୀତା ବିଭାଗ ଓ ପୁରସ୍କାର ବିବରଣୀ: ତିନୋଟି ବର୍ଗର ବିଜେତାଙ୍କୁ କବିତା, ଗଳ୍ପ, ଏବଂ ପ୍ରବନ୍ଧ ପ୍ରତିଟି ବିଭାଗରେ ତିନୋଟି ଲେଖାଏଁ ପୁରସ୍କାର ରାଶି ଏବଂ ଡିଜିଟାଲ ମାନପତ୍ର ଦିଆଯିବ ।

ପ୍ରଥମ ପୁରସ୍କାର – ଟଙ୍କା ୧୫୦୦/
ଦ୍ଵିତୀୟ ପୁରସ୍କାର – ଟଙ୍କା ୧୦୦୦/
ତୃତୀୟ ପୁରସ୍କାର – ଟଙ୍କା ୫୦୦/

ପ୍ରଥମ ବର୍ଗ – ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ
ଦ୍ଵିତୀୟ ବର୍ଗ – ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ
ତୃତୀୟ ବର୍ଗ – ଏକାଦଶରୁ ତ୍ରୟୋଦଶ ଶ୍ରେଣୀ ପର୍ଯ୍ୟନ୍ତ

ପଞ୍ଜୀକରଣ ପାଇଁ ଆବଶ୍ୟକ ତଥ୍ୟ:-
୧) ନିଜ ଶିକ୍ଷାନୁଷ୍ଠାନର ଫୋଟୋପରିଚୟ ପତ୍ର
୨) ନିଜର ପାସଫୋଟୋ
୩) ମୋବାଇଲ ନମ୍ବର
୪) ଇମେଲ ଠିକଣା
୫) ଆବାସିକ ଠିକଣା

ପଞ୍ଜୀକରଣର ନିୟମାବଳି:-
୧) ପଞ୍ଜୀକରଣ ପାଇଁ ଛାତ୍ର/ଛାତ୍ରୀଙ୍କ ନିଜସ୍ଵ/ପରିବାର ବର୍ଗଙ୍କ ଇମେଲ ଠିକଣା ଏବଂ ମୋବାଇଲ ନମ୍ବର ନିହାତି ଆବଶ୍ୟକ ।
୨) ଏକ ଇମେଲରେ ଥରେ ମାତ୍ର ପଞ୍ଜୀକରଣ କରିପାରିବେ ।
୩) କବିତାର ଦୈର୍ଘ୍ୟ ଅତିବେଶିରେ ୧୫ ଧାଡ଼ି ହେବା ଆବଶ୍ୟକ ।
୪) ଗଳ୍ପ ୩୫୦ ଶବ୍ଦ ମଧ୍ୟରେ ଏବଂ ପ୍ରବନ୍ଧ ୫୦୦ରୁ ୭୫୦ ଶବ୍ଦ ମଧ୍ୟରେ ହେବା ଆବଶ୍ୟକ।
୫) ଜଣେ ଚାହିଁଲେ ତିନୋଟି ବିଭାଗରେ କେବଳ ଗୋଟିଏ ଲେଖାଏଁ ଲେଖା ପଠାଇପାରିବେ । ଗୋଟିଏ ବିଭାଗରେ ଏକାଧିକ ଲେଖା କିମ୍ବା ଗୋଟିଏ ଇମେଲରୁ ଆସିଥିବା ଏକାଧିକ ଲେଖାକୁ ଗ୍ରହଣ କରାଯିବ ନାହିଁ।
୬ ) ଲେଖା ପଠାଇବାର ଶେଷ ତାରିଖ :- ୩୦ ଅକ୍ଟୋବର ୨୦୧୮ (extended to DECEMBER 31, 2018)
୭) ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡ଼େନାହିଁ। ଏହା ସଂପୂର୍ଣ୍ଣ ନିଶୁଳ୍କ ଅଟେ ।
୮) ବିଜେତା ଘୋଷଣା ତାରିଖ:- ୧୪ ନଭେମ୍ବର ୨୦୧୮ (extended to JANUARY 26, 2019)

* ସାମୟିକ ପରିବର୍ତ୍ତନ କିମ୍ବା ଆଗାମୀ ଅବଗତ ପାଇଁ www.odishafiles.in କିମ୍ବା www.basudhacomputer.com ୱେବସାଇଟରେ ପରିଦର୍ଶନ କରନ୍ତୁ।
* ଆୟୋଜକଙ୍କ ହାତରେ ପ୍ରତିଯୋଗୀତା ସମ୍ବନ୍ଧିତ କୌଣସି କାର୍ଯ୍ୟକ୍ରମ କିମ୍ବା ନିୟମକୁ ପରିବର୍ତ୍ତନ କରିବାର ସଂପୂର୍ଣ୍ଣ ଅଧିକାର ଅଛି। ବିଜେତାଙ୍କ ଘୋଷଣା ଏବଂ ପୁରସ୍କାର ରାଶି ବଣ୍ଟନର ଅଧିକାର ଏବଂ ନିଷ୍ପତ୍ତି କେବଳ ଆୟୋଜକଙ୍କର ହିଁ ଅଛି।

CLICK HERE BELOW TO APPLY 


ଅଧିକ ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ: ୭୮୦୯୮୭୨୪୮୩ କିମ୍ବା Whatsapp ମାଧ୍ୟମରେ ହେଲେ ଏହି ଲିଙ୍କରୁ ଯୋଡନ୍ତୁ: https://chat.whatsapp.com/8KKTJtqlSvHIdgyPI7rFyv

Post a Comment

2 Comments

  1. A very important part of the spreading of Odia literature from younger generation of educational institutions , which will provide impetous fr the students to develop and get into the Mother language in a much bigger way.I am really appreciating such a Noble attempt fr our future generations...

    Minaketan Das, Ex Director, H n UD department of odisha and POET in Odia literature..

    ReplyDelete
    Replies
    1. Thank you for your valuable comment and appreciation on this concert.

      Delete