ଜୀବନ ସୁଖ-ଦୁ:ଖର
ଗୋଟେ ସୁନ୍ଦର ସମାହାର । ଭଗବାନ ତୁମ ସୃଷ୍ଟିରେ ସମସ୍ତେ ଯଦି ସମାନ ମୋତେ କାହିଁକି ଏମିତି ଦୁ:ଖର
ଅମା ଅନ୍ଧାରରେ ଭସାଇ ଦେଉଛ । ଜଗନ୍ନାଥ ତୁମେ ସାରା ଜଗତର ପ୍ରଭୁ ମୁଁ ତୁମକୁ ଛୋଟବେଳୁ ପୂଜିଛି ।
ମୋରି ବେଳକୁ ଯେତେ ସବୁ ପାତର ଅନ୍ତର । କେତେ ଦିନରୁ ତୁମପାଖକୁ ଯାଇପାରିନି । ଦେହର ଅବସ୍ଥା
ଆସ୍ତେ ଆସ୍ତେ ଖରାପ ହୋଇ ଆସୁଛି । ପୁଅ-ଝିଅ ଯେ ଯାହାର ଚାକିରି ଜାଗାରେ । କୁନା ବୋଊ ଚାଲିଗଲା
ପରେ ଘରେ ଥିବା କାଳିଆର ସେବା ପୂଜାଛଡା ଆଉ କିଛି କାମ ନଥିଲା । ଏଠି ମୋ କଥା କିଏ ବୁଝୁ କି ନ
ବୁଝୁ ସେ ନିଶ୍ଚୟ ବୁଝିବ ।
ସେ ମାନେ ମୋ
କାଳିଆ । ଏ ଦେହଟା ପୁରା ଅବଶ ଆଉ ଥଣ୍ଡା ଲାଗିଲାଣି । କିଏ ଅଛ ଗଙ୍ଗା ପାଣି ମୁନ୍ଦେ ଦେବ ମୋ
ପାଟିରେ । ମୋତେ କାଳିଆର ଡୋରି ଲାଗିଲାଣି । ମୋ ଆଖି ବନ୍ଦ ହୋଇ ଗଲାଣି । ମୁଁ ଚାଲିଲି ମୋ
କାଳିଆ ପାଖକୁ । ତା’ ଚକାଆଖି ମୋତେ ଅଥୟ କରିଦେଲାଣି । ମିଳନର କଳ୍ପନାରେ ମୋ ଆତ୍ମ-ପକ୍ଷୀ
ମଧୁର ଗୀତ ଗାଇଲାଣି । ସେ ସ୍ଵର କାହାକୁ ଶୁଭିଛି କି ନା ମୁଁ ଜାଣେନା! ହେଲେ ମୋତେ କାଳିଆର ଡାକ
ଶୁଭୁଛି । ଏବେ ତା’ର ଡୋରି ଲାଗିଲାଣି । ମୋ କାନକୁ ବାହାରର କିଛି ଶୁଭୁନି । ଏ ତ
ଭକ୍ତ-ଭଗବାନଙ୍କ ମିଳନର ବେଳା ।
1 Comments
ଅତୀତ ର ସ୍ମୃତି ଭୁଲି ହେଉନାହିଁ ସାନ ଆଇ ଙ୍କର୍ ସ୍ନେହ ଅଭୁଲା ସେ ସ୍ମୃତି ପାଶୋରି ନ ପାରେ ଆଖିରୁ ଝରୁଚି ଲୁହ
ReplyDelete