ମଝିଆ କ’ଣ ନୁହେଁ କାହାର? - ସୁଧାଞ୍ଜଳି ମିଶ୍ର

ସବୁଜ ବୃକ୍ଷଲତାରେ ଭରା ପ୍ରକୃତି ବିମଣ୍ଡିତା, ସହରର ଅନତିଦୂରରେ ଏକ ଛୋଟିଆ ଗ୍ରାମ ନାମ ନରେନ୍ଦ୍ରପୁର । ସେହି ଗ୍ରାମରେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥାଏ ଦେବଦତ୍ତ । ଘରର ମଝିଆ ପୁଅ ସେ। ବଡଭାଇଙ୍କ ସହ ବାପଙ୍କର ଦାୟିତ୍ଵ ବହନ କରି ଦୁଇ ଭଉଣୀଙ୍କ ବାହାଘର କରାଇ ଦିଏ । ହସ ଖୁସିରେ ଦିନ ବିତିଯାଏ ସେମାନଙ୍କର । ଏଭିତରେ ବଡ ପୁଅର ବାହାଘର ହୋଇସାରିଛି । ମଝିଆ ପୁବ ଦେବଦତ୍ତର ମଧ୍ୟ ବାହାଘର ହୋଇଗଲା ନିକଟବର୍ତ୍ତୀ ଗ୍ରାମ ଜଗନ୍ନାଥପୁର ଶାସନରେ । ଝିଅ ଦେଖିବାକୁ ଗୋଟିଏ ଚାଉଳରେ ଗଢା । ବହୁତ ସୁନ୍ଦର, ହେଲେ ଖରପ୍ରକୃତିର ମଧ୍ୟଶିକ୍ଷିତା (ଅର୍ଥାତ୍ ମାଟ୍ରିକ ପାସ) କିଛି ଦିନ ଶାନ୍ତି ଶ୍ରୁଙ୍ଖଳାରେ ଦିନଗୁଡିକ ଅତିବାହିତ ହୋଇଗଲା । ବାପଙ୍କର ମୃତ୍ୟୁ ପରେ ଆରମ୍ଭ ହୋଇଗଲା ଝଡ଼
ବଡପୁଅ ତାଙ୍କ ଛୁଆଙ୍କ ପାଠପଢା ଆଳରେ ସହରକୁ ଚାଲିଆସିଲେ । ଗାଁରେ ରହିଗଲେ ମାଁ, ମଝିଆ ପୁଆବୋହୂ, ନାତି ଓ ସାନପୁଅ । ଘରେ ଅଶାନ୍ତିର ବାତାବରଣ, ସବୁବେଳେ ଝଗଡ଼ା ଲାଗିରହିଲା । ଝଡ଼ ଥମିବାର ନାଁ ହିଁ ନେଉନି । ବିଚରା ଦେବଦତ୍ତ ଉଭଯଙ୍କୁ ବୁଝାଇ ନୟାନ୍ତ ହୋଇପଡ଼େ, କେହି ମଧ୍ୟ ବୁଝିବାକୁ ନାରାଜ, ଉଭୟେ ନିଜ ଜିଦ୍ଦରେ ଅଟଳ । ଶେଷରେ ଦେବଦତ୍ତ ବିଫଳ ହୋଇ, ଝଗଡ଼ା ଆରମ୍ଭ ହେଲେ କାହାକୁ କିଛି ନ କହି ବାହାରକୁ ଚାଲିଯାଏ । ଆସିଲା ପରେ ମଧ୍ୟ ଉଭୟଙ୍କ କଥାକୁ ଅଣଦେଖା କରିଦିଏ । ତାହାର ରୋଜଗାର ମଧ୍ୟ ଅଧିକ ନୁହେଁ ଯେ, ବଡଭାଇ ଭଳି ଛୁଆପିଲାଙ୍କୁ ଧରି ସହରକୁ ଆସିଯିବ । ପରିବାରରେ ପୁଣି ଥରେ ଭାଗବଣ୍ଟା ଆରମ୍ଭ ହୋଇଗଲା ।  ମାଙ୍କୁ ଆଉ ଗୋଟେ ସହର ଯେ ମିଳିଗଲା । ସାନପୁଅ ।  ରୋଷେଇଶଲ ମଧ୍ୟ ଅଲଗା ହୋଇଗଲା । ତଥାପି ଝଡ଼ କମିବାର ନାମ ହିଁ ନେଉନି। ସବୁବେଳେ ମାନସିକ ଅଶାନ୍ତିରେ ରହେ ଦେବଦତ୍ତ । କାହାକୁ କହିବ? ଯଦି ମାକୁ କିଛି କହେ, ମା କହିବେ ସ୍ତ୍ରୀ ବୋଲକରା, ସ୍ତ୍ରୀ ପଟ କହୁଛି ।  ଯଦି ସ୍ତ୍ରୀକୁ କିଛି ବୁଝେଇବାକୁ ଚେଷ୍ଟା କରେ ତେବେ ସେ କହିବ, ସାନପୁଅ ଭଳି ମାଙ୍କୁ ନେଇ ରହିଲନି, ମୋତେ କାହିଁକି ଆନିଲ ଯେ? ତୁମ ମା ଯାହା କହିବେ ମୁଁ ତାହା କରିବାକୁ ବାଧ୍ୟ ନ କଣ, ମୋର ମନ ବୋଲି କିଛି ନାହିଁ ? ତୁମେ ତୁମ ମାଙ୍କୁ ନେଇ  ରୁହ ଏବଂ ତୁମ ଛୁଆଙ୍କୁ ତୁମେ ସମ୍ଭାଳ ମୁଁ ଚାଲିଲି ମୋ ବାପଘରକୁ । ବିଚରା ସ୍ଵାମୀ ନା ସ୍ତ୍ରୀର ଉତ୍ତମ ପଟି ହୋଇପାରୁଛି ନା ମାଁର ଉତ୍ତମ ପୁତ୍ର । ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ବସୁଛି । ସବୁବେଳେ କଲିଝଗଡ଼ାକୁ ନେଇ ଅନ୍ୟ ମନସ୍କ ରୁହେ। କାହାକୁ ବା ଏ କଥା କହିବ? ଯେତେବେଳେ ଇଯେ ଜନ୍ମ କରିଥିବା ମାଁ ଏବଂ ସୁଖଦୁଃଖର ସାଥି ବୋଲାଉଥିବା ଅର୍ଦ୍ଧାଙ୍ଗିନୀ ତାକୁ ବୁଝିପାରୁନାହାନ୍ତି, ଆଉ କିଏ ବାଣ କରିପାରିବ?ଣ କଲେ ପୁଣିଥରେ ଶାନ୍ତିଶ୍ରୁଙ୍ଖଳା ବଜାୟ ରହିବ ଏବଂ ମନୁଷ୍ୟ ଟିକେ ଶାନ୍ତିରେ ନିଃଶ୍ଵାସ ମାରିପାରିବ । ସବୁବେଳେ ଏକଥା ଦେବଦତ୍ତକୁ ବ୍ୟତିବ୍ୟସ୍ତ କରିଦେଉଥାଏ । ହଠାତ୍ କୌଣସି କାମରେ ସହରକୁ ଯାଇଥାଏ ଦେବଦତ୍ତ କାମସାରି ସହରରୁ ଫେରୁଫେରୁ ସନ୍ଧ୍ୟା ହୋଇଆସିଲାଣି । ମିଛି ମିଛି ଅନ୍ଧାରରେ କିପରି ଘରେ ପହଞ୍ଚିବ ଭାବି ସାଇକେଲରେ ଦ୍ରୁତଗତିରେ ଫେରୁଥାଏ ହଠାତ ପଛପଟୁ ଏକ ବସ ସହ ତାର ଧକ୍କା ହୋଇଯାଏ । ସଙ୍ଗେ ସଙ୍ଗେ ବିଶାଖାପାଟଣା ନିଆଗଲା କିନ୍ତୁ ସେ ଆଉ ଫେରିଲାନି । ସତେ ଯେମିତି, ମାତୃକୋଳରେ ଶାନ୍ତିରେ ଚିରନିଦ୍ରା ଯାଇଥିଲା ତଥାପି ତାର ଆତ୍ମା ପ୍ରଶ୍ନ କରୁଥିଲା – କୁହାଯାଏ, ବଡପୁଅ ବାପାର, ସାନପୁଅ ମା, ମଝିଆ ନୁହେଁ କାହାର?’

ଯଦିଓ ମଝିଆ ପୁଅ, ଝିଅ ଆଜିକାଲି ନାହାନ୍ତି। ଛୋଟ ପରିବାର ଆମେ ଦୁଇ ଆମର ଦୁଇ ବର୍ତ୍ତମାନ ଆମେ ଦୁଇ ଆମର ଏକ ହେଲେ ମଧ୍ୟ ସ୍ତ୍ରୀ ଓ ମା ଭିତରେ ଫସିଯାଇଥିବା ମାଝି ବ୍ୟକ୍ତିଟି ପ୍ରକୃତରେ କାହାର? ନା ସେ ସ୍ତ୍ରୀ ର, ନା ସେ ମା, ସତରେ ମଝିଆ କଣ ନୁହେଁ କାହାର...?’

Post a Comment

0 Comments