ସମୟ – ସ୍ଵାତିପ୍ରଜ୍ଞା ରଥ

ଜୀବନର ପ୍ରତିମୂହୁର୍ତ୍ତ କେଡ଼େ କଠିନ
କିନ୍ତୁ ଚାଲିବାକୁ ହେବ ସମୟର ତାଳେ ତାଳେ
ଯଦି ପାଇଛି ସମୟ ଜୀବନେ ତାର ସ୍ଥାନ
ରହିଥିବ ତୁମ ସାଙ୍ଗେ ଯୁଗଯୁଗ କାଳେ କାଳେ

ବିତିଯାଏ ରାତି ବିତିଯାଏ ଦିନ
କେବେ ସେ ଦେଖେନି କାହାରି ଆଘାତ
ସମୟ ନୁହଁ କାହାରି ହାତର ଖେଳ
ସେ ବି ତ ଦେଖେନି କାହାରି ମର୍ମାହତ

ଯୁଗ ଚାଲିଯାଏ ବର୍ଷ ଚାଲିଯାଏ
କାହିଁକି ବା ରହିବ କିଏ?
ମଣିଷ ବି ସ୍ଵାର୍ଥପର ହୋଇଯାଏ
ତୁ କିଏ ମୁଁ କିଏ ଭୁଲିସେ ଥାଏ

ସ୍ଵପ୍ନର ସାଗରେ ଉଡ଼ି ବୁଲୁଥାନ୍ତି
କେତେ ଡେଣା ବିହୀନ ପକ୍ଷୀ
ଉଡ଼ି ଉଡେଇବାର ସ୍ଵପ୍ନ ଦେଖୁଥାନ୍ତି
ଆଉ ତାଙ୍କ କେତେ ପ୍ରିୟ ସଖୀ

ଲେଖିକା ଯେ ଲେଖେ, ଗାୟିକା ଯେ ଗାଏ
ମୋର କି ପରିଚୟ
କଲମ ଉଠାଇ କାଗଜ ଉଠାଇ ଲେଖୁଛି, ହେ
ବଡ ବଳବାନ ତୁହି ତ ସମୟ ॥
------------------------------------
ମହିଳା ମହାବିଦ୍ୟାଳୟ, ଝାରସୁଗୁଡା

Post a Comment

1 Comments