ଜୀବନର ମାନେ - କୁମୁଦ ଚନ୍ଦ୍ର ଦଳେଇ

ଜୀବନର ମାନେ ନୂହେଁ
ପ୍ରାଚୁର୍ଯ୍ୟର ଭୋଗ ଓ ବିଳାସ
ଶୀତତାପ ନିୟନ୍ତ୍ରିତ କୋଠାରୀରେ
ରୂପବତୀ ରୂପସୀର କର ସ୍ପର୍ଶରେ
ବହିରେନ୍ଦରିୟର ଇନ୍ଦ୍ରିୟ ଲାଳସା
ପଞ୍ଚ ତରକା ଭୋଜନାଳୟରେ
ସ୍ୱାଦିଷ୍ଠ ସୁମିଷ୍ଟ ଭୂରି ଭୋଜନ
ପ୍ରାଚୁର୍ଯ୍ୟ ପୂର୍ଣ୍ଣ ଯାନ ବାହାନର ବ୍ୟବହାର
ପ୍ରଭୁତ୍ୱର ପରାକାଷ୍ଠା ପୂର୍ଣ୍ଣ
ନେପୋଲିଅନ୍ ଓ ହିଟଲରଙ୍କ ପରି
ନିଜକୁ ପରିଚିତ କରାଇବାର ନିର୍ମମ ନିଷ୍ଠୁରତା

ଜୀବନର ମାନେ....
ସ୍ରଷ୍ଟା ଓ ସ୍ରୁଷ୍ଟିର ନିହିତ ଉଦ୍ଦେଶ୍ୟ
ସାଧନରେ ନିଜକୁ ପ୍ରତିକ୍ଷଣ
ଲେପି ଦେବା ପାଇଁ
କର୍ମ ନିଷ୍ଠାର ବିନ୍ଦୁ ବିନ୍ଦୁ ପ୍ରଲେପ
ସମୟର ନିରନ୍ତର ଗତିରେ
କର୍ମ ତପ୍ତରତାରେ ପ୍ରତିକ୍ଷଣ
ନିଜକୁ ହଜାଇ ଦେବାର
ପରମ ଆନନ୍ଦ
ଗଢି ତୋଳିବାକୁ ସ୍ଵଧର୍ମର ସେହି
ସ୍ଵପ୍ନର ତାଜ ମହଲ
ସାମାଜିକ ପଙ୍କିଳ କର୍ଦମରୁ ସାଉଟିବାକୁ
ପୌରୁଷର ମଣି କାଞ୍ଚନ
ଜନ୍ମଦାତ୍ରୀର, ସହଧର୍ମିଣୀର
ସ୍ଵହସ୍ତରେ ପ୍ରସ୍ତୁତ
ସୁଷମଖାଦ୍ୟର ଆତ୍ମିକ ପିୟୁଷ
ମାତୃତ୍ଵର ବାତ୍ସଲ୍ୟ ସ୍ନେହ ଭରା ସ୍ୱାଦିଷ୍ଠ ଆହାର
ନିରାଡମ୍ବର ଜୀବନଯାପନର
ପରମ ଆନନ୍ଦ
ମଦର୍ ଟେରେସାଙ୍କ ପରି
ସେବା ଓ ଆତ୍ମୀୟତାକୁ ପାନୀୟ ପିୟୁଷ କରି
କାରୁଣ୍ୟ ଓ ନିଷ୍ପେସିତଙ୍କ
ଅନ୍ତରର ନିଭୃତ କୋଣରୁ
ସ୍ଵହାସ୍ୟ ଜାଗ୍ରତ କରାଇବାର
ପରମ ଆତ୍ମୀୟତା
ଶୁଖିଲା ନିରାଶା ଓଠରେ
ଫୁଟାଇବାର ପ୍ରଗାଢ
ବିଶ୍ବାସର ପଦ୍ମ
---------------------
kumudachdalei@gmail.com 

Post a Comment

0 Comments