ବାଣ ପାଇଁ ନେବା ରାଣ - ଦିପ୍ତୀଲେଖା ମିଶ୍ର


ଆସ ହେ ମୋ ପ୍ରିୟଜନ
ବାଣ ପାଇଁ ନେବା ରାଣ
ଫୁଟାଇବାନିରେ ବାଣ
ଭରିଲାଣି ପ୍ରଦୁଷଣ॥

ଶୁଣ ମୋର ସୁଧିଜନ
ଭଲ ନୁହଁ ଜମା ବାଣ
ଲୁଟିନିଏ ଧନ ଜନ
ବାଣ ପାଇଁ ନେବା ରାଣ॥


ଶୁଣ ଶୁଣ ବନ୍ଧୁଗଣ
କରିନେବା ଆମେ ପଣ
ନ ଖୋଜୁରେ ବାଣ ବାଣ
ଆମ ଏ ଛୋଟିଆ ମନ ॥

କହି କହି ବାଣ ବାଣ
ନଭଜୁ ଏ ଆମ ମନ
ବାଣ ପାଇଁ ନେବା ରାଣ
ଗରୀବଙ୍କୁ ମିଳୁ ଦାନ ॥

Post a Comment

0 Comments