ଆଲୋକ ପର୍ବ - କବିତା ମହାନ୍ତି

ପ୍ରତି ଗୃହାଙ୍ଗନେ ସୌଭାଗ୍ୟ ପ୍ରଦୀପ
ଜ୍ୟୋତି ପ୍ରକଟିତ  ହେଉ
ତମିସ୍ରା ବିନାଶୀ ଏଧରା ବକ୍ଷରେ
ପ୍ରେମାଲୋକ ଖେଳି ଯାଉ

ଦୁଃଖର କାଳିମା  ପୋଛୁ କାଳୀ ମାତା
ଅନ୍ନ ବ୍ରହ୍ମେ ମେଣ୍ଟୁ କ୍ଷୁଦା
ପାପ ଅତ୍ୟାଚାର  ଅନୀତି ଦୁର୍ନିତି
ଅଗ୍ନି  ଜାଳି ଦେଉ ସଦା


ସତ୍ୟ ନ୍ୟାୟ ଧର୍ମ ଦିବ୍ୟ ଆଲୋକରେ
କାଳରାତ୍ରୀ ଯାଉ ହଟି
ପୁଣ୍ୟ ପିୟୁଷର ପ୍ଳାବନେ ଧରଣୀ
ଫଳପୁଷ୍ପେ ଯାଉ ଲୋଟି

ଆତସବାଜି ରେ ଶଦ୍ଦ ପ୍ରଦୂଷଣ
ଅମୂଲ୍ୟ  ଜୀବନ ହାନି
ଜାଳି ଦେବା ନାହିଁ  ଉପାର୍ଜିତ  ଧନ
ଦୀନର ଦେଖ ଦଇନି

ଖାଦ୍ୟ ବାସ ମିଠା ବାଣ୍ଟି ଦିଅ ତୁମେ
ଅନ୍ୟ ମୁଖେ ଫୁଟୁ ହସ
ଆଲୋକର ପର୍ବ ଝଲସି ଉଠିବ
ହୃଦୟୁ ଝରି ଆଶିଷ

ଅମା ଅନ୍ଧକାର ପୁରି  ରହିଅଛି
ଅନୀତି  କରିଛି ଗ୍ରାସ
ଅବତରି ମାଆ ବିନାଶୁ ଦୁର୍ନିତି
ପ୍ରକୃତି ହେଉ ଉଶ୍ଵାସ  
------------------------
ପ୍ରଧାନ ଶିକ୍ଷୟିତ୍ରୀ - ସାଇଲୋ ଝାରପଡା ଉ.ପ୍ରା.ବିଦ୍ୟାଳୟ, 
କଣ୍ଟାପଡା, କଟକ
ମୋବାଇଲ - ୭୦୭୭୯୩୦୦୭୫

Post a Comment

0 Comments