ଛଳନା କପଟ ଆଉ ଏ ଅବିଶ୍ଵାସର ସହରେ
ତୁମଛବି ଆଙ୍କୁଥାଏ ଶୁଣହେ ଠାକୁରେ;
କରିବାକୁ ଦେବନି ସେ ଭୁଲ କେବେ ମୋତେ
ଅଛି ଯଦି କୃପା ତୁମ ମୋ ପ୍ରତି ସତେ !
ସମୟର ଡୋରୀ ଅଛି ତୁମରି ହାତରେ
ଚାଲୁଛି, ଚାଲିବି ପ୍ରତି ମୂହୁର୍ତ୍ତ
ସଂସାରେ;
ଚାଲୁଛନ୍ତି ଏ ସଂସାରେ ପଥିକ ଯେ କେତେ,
ନିଜ କର୍ମକରି ପୁଣି ଫେରିବେ ସମସ୍ତେ ।
ମୁଁ ନୁହେଁ ଲେଖିକା, ଗାୟିକା କି ଗାଳ୍ପିକା
ନୁହେଁ ତ ମୁଁ ତୁମ ହୃଦୟ ଭାବଗ୍ରାହିକା;
ଲେଖୁଛି ଆଜି ମୁଁ ବସି ତୁମରି କବିତା
ଭ୍ରମଥିଲେ ସୁଧାରିବେ ହେ ସୃଷ୍ଟିକର୍ତ୍ତା ।
ସଂସାର ଯାକର ମୋହ ମାୟାର ବନ୍ଧନ
ତୁମରି ଇଶାରେ ଯେ ଏଇ ରାତିଦିନ
ଢାଲିଦିଅ ଶୁଭାଶିଷ, ମୋର ଏ ଆଞ୍ଜୁଳେ
ଭରିଦିଅ ଜ୍ଞାନଭକ୍ତି ପ୍ରତି ଚଳଚଞ୍ଚଳେ॥
1 Comments
Nice writing by Swati. Keep it up!
ReplyDelete