ପ୍ରମିଳା ପତି

ଶ୍ରୀମତୀ ପ୍ରମିଳା ପତି ଜଣେ ସୁଗୃହିଣୀ ଓ ମମତାମୟୀ ଜନନୀ, ଆଦର୍ଶ ସ୍ନେହବତ୍ସଳା ଶିକ୍ଷୟତ୍ରୀ । ପିତା ସ୍ଵର୍ଗତ ସଚ୍ଚିଦାନନ୍ଦ ପତି ଏବଂ ମାତା ଶ୍ରୀମତୀ ବିଦ୍ୟୁତଲତା ପତିଙ୍କ ଔରସରୁ ୧୯୫୯ ମସିହା ବାଲିଆ, ଭାଗବତପୁର, କେନ୍ଦ୍ରାପଡ଼ାରେ ଜନ୍ମ । ସେ ଏକାଧାରରେ କବିତ, ଗାଳ୍ପିକ, ଗୀତିକାର ଓ ନାଟ୍ୟକାର ଭାବେ ସୁପରିଚିତା । ତାଙ୍କ ରଚିତ ଗଳ୍ପ, କବିତା, ବ୍ୟଙ୍ଗ ଓ ଗୀତିକବିତା ଓଡ଼ିଶାର ବହୁ ସୁନାମଧନ୍ୟ ପତ୍ରପତ୍ରିକା ତଥା ରାଜ୍ୟସ୍ତରୀୟ ସଂକଳନମାନଙ୍କରେ ପ୍ରକାଶିତ ହୋଇ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ୧୯୮୯ ମସିହାରୁ ସେ ଆକାଶବାଣୀ କଟକ କେନ୍ଦ୍ରରୁ ଜଣେ ସ୍ଵିକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ।

ନୟାଗଡ଼ର ପ୍ରଜ୍ଞା-ଶିଶୁ-କିଶୋର ସାହିତ୍ୟ ସଂସଦ, ପୁରୀର ସୁଲେଖା’, ଯାଜପୁରର ସାହିତ୍ୟବାର୍ତ୍ତା’, କଟକର ଉଦୟାଭାନୁ ସାହିତ୍ୟ ସଂସଦ’, ରାଜ୍ୟ କଲା ଗବେଷଣା ପରିଷଦ, ଭଦ୍ରକ; ଯୁବ ମହୋତ୍ସବ-୨୦୦୩, କଟକ; ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ; ଫକୀରମୋହନ ସ୍ମୃତି ସଂସଦ ଇତ୍ୟାଦି ଅନେକ ଅନୁଷ୍ଠାନରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ । ତାଙ୍କରି ସୃଷ୍ଟି ସଂଭାରରେ ଅହଲ୍ୟା (କ୍ଷୁଦ୍ରଗଳ୍ପ ସଂକଳନ), ଶତାବ୍ଦୀର ଯନ୍ତ୍ରଣା (କବିତା ସଂକଳନ), ଝରକା ପାଖର ଜହ୍ନ (ଗୀତି-କବିତା ସଂକଳନ), ତୋ ବିନୁ ଅନ୍ୟ ଗତି ନାହିଁ (ଭକ୍ତି ସଙ୍ଗୀତ), ଚିତିରିମିତିରି (ଶିଶୁ-କିଶୋର ଗୀତିକବିତା ସଂକଳନ) ଆଦି ପ୍ରକାଶିତ।  

ଠିକଣା - ନୂଆପଡ଼ା, ମଧୁପାଟଣା, କଟକ-୧୦, ମୋବାଇଲ୍- ୯୭୭୭୧୮୦୯୪୯