ପୁଷ୍ପାଞ୍ଜଳି ପଟ୍ଟନାୟକ

ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକ ଏକାଧାରରେ ଜଣେ ସୁଗୃହିଣୀ, ସୁଲେଖିକା, ସୁସଙ୍ଗଠିକା, ନାଟ୍ୟ ନିର୍ଦେଶିକା, ସମାଜ ସେବିକା ଓ ରେକି ସାଧିକା ଭାବେ ପରିଚିତ । ତାଙ୍କର ରେକିଶକ୍ତି ପୁସ୍ତକଦ୍ଵାରା ବହୁ ଅସାଧ୍ୟ କାର୍ଯ୍ୟ ସାଧିତ ହେବାର ଦୃଷ୍ଟାନ୍ତ ମିଳୁଛି । 
ତାଙ୍କର ପ୍ରକାଶିତ କୃତି ଗୁଡ଼ିକ – ଗଳ୍ପ ସମାବେଶ: ସତ ହେଲେ ବି ଗପ, ଅଭାବରୁ ଦୂର, ପ୍ରତିବିମ୍ବ (ମିନି ଗଳ୍ପଗୁଚ୍ଛ); କବିତା ସମାବେଶ: ଗୀତି ପୁଷ୍ପାଞ୍ଜଳି, ସ୍ଵପ୍ନ ଏକ ସତ୍ୟର ସନ୍ଧାନେ; ନାଟକ: ଅଷ୍ଟାଙ୍କିକା, ମୁକ୍ତବିଚାର, ଶ୍ରୀମତୀ, ନାଟର ଗୋବର୍ଦ୍ଧନ; ଉପନ୍ୟାସ: ବସୁନ୍ଧରା, ମାଧୁରୀ, ଶେଫାଳୀ, ମଳୟର ଶେଷ ସୋପାନେ; ଗୀତିନାଟ୍ୟସ୍ଵର୍ଣ୍ଣଚମ୍ପା, ସ୍ଵୟଂବର, ମାନଭିକ୍ଷା, କଦମ୍ବଭୁତ, ଜୀବନୀ: ଶକୁନ୍ତଳା ଜୀବନୀ; କାବ୍ୟବ୍ରହ୍ମଲୀଳା; ଓ ନାତି-ନାତୁଣୀ ଗୀତିକା, ଏକତାରବଳ, ରେକିଶକ୍ତି, ମୋ ବୋଊଲୋ, ଇତ୍ୟାଦି ।
ସେ ପ୍ରତିଭା ସମ୍ମାନ, ସାହିତ୍ୟ ପାଇଁ ସାରସ୍ଵତ ସମ୍ମାନ, ତାଙ୍କ ହାତଗଢା ଆଦର୍ଶ ପରିବାର ପାଇଁ କସ୍ତୁରୀ ସମ୍ମାନ, ସମାଜସେବା ପାଇଁ ନାରୀଶ୍ରୀ ସମ୍ମାନ ଓ ଦିଲ୍ଲୀରୁ ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରଦତ୍ତ ଫେଲୋଶିପ ସମ୍ମାନ ଇତ୍ୟାଦି ପାଇଛନ୍ତି। 


ଠିକଣା - ଗଜପତି ନଗର-୭ମ ଗଳି, ବ୍ରହ୍ମପୁର, ଗଞ୍ଜାମ, ମୋବାଇଲ୍- ୯୪୩୭୦୪୩୯୫୧