ସୁଦାମ ପାଣିଗ୍ରାହୀ

ଶିଶୁ ସାହିତ୍ୟିକ ସୁଦାମ ପାଣିଗ୍ରାହୀ ସାଂପ୍ରତିକ ଶିଶୁ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ। ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗୋସାଇଁନୂଆଗାଁ, ତୋଟା ସାହି ନିବାସୀ ଶ୍ରୀ ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ଶ୍ରୀମତୀ କୁନି ପାଣିଗ୍ରାହୀଙ୍କ ସପ୍ତମ ସନ୍ତାନ ରୂପେ କୋଳ ମଣ୍ଡନ କରନ୍ତି 1980 ମସିହା ଜୁଲାଇ ୧୩ ତାରିଖରେ ଏକ ଶୁଭ ଲଗ୍ନରେ । ତାଙ୍କର ଶିଶୁ ସାହିତ୍ୟ ରଚନା ପ୍ରତି ଆଗ୍ରହ ଖୁବ କମ ବଯସରୁ ଆରମ୍ଭ ହୋଇଥିଲା । ଶିକ୍ଷାଗତ ଯୋଗ୍ୟତା କମ ହେଲେ ମଧ୍ୟ ତାଙ୍କର ପ୍ରଚଣ୍ଡ ପ୍ରତିଭା ତାଙ୍କୁ ସାହିତ୍ୟ ସାଧନ ପାଇଁ ଅନୁପ୍ରେରିତ କଲା । ପେଷାରେ ଜଣେ ନିର୍ମାଣ ଶ୍ରମିକର ଭୂମିକା ନିଭାଇ ଆସୁଥିବା ସୁଦାମ ବାବୁଙ୍କର ସାହିତ୍ୟ ରୁଚି ବେଶ ତାତ୍ପର୍ଜ୍ୟପୂର୍ଣ୍ଣ। ପ୍ରଥମ ସୋପାନରେ ଶିଶୁ ଗପକୁ ନେଇ ସେ ପ୍ରକାଶ କରିଛନ୍ତି ଶିଶୁ ଗଳ୍ପ ଓ ସଂକଳନ ଗପ କୋଥଳି । ସେଇ ଗପ ଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ରପତ୍ରିକା ଏବଂ ଆକାଶବାଣୀ ବ୍ରହ୍ମପୁର ମାଧ୍ୟମରେ ଲୋକଲୋଚନକୁ ଆସିଯାଇଛି ।
ତାଙ୍କର ଦ୍ଵିତୀୟ ପ୍ରକାଶନ ଏକ ଶିଶୁ କବିତା ସଂକଳନ ଇକିରି ମିକିରି ଏକ ସୁନ୍ଦର ଓ ସାବଲୀଳ ପ୍ରୟାଶ। ସେ ଗଞ୍ଜାମର କବିତା ଘର ଅନୁଷ୍ଠାନ ତରଫରୁ ୨୦୧୫ରେ ଶ୍ରେଷ୍ଠ କବି ସମ୍ମାନ ପାଇଛନ୍ତି, ବୁଗୁଡ଼ା ମଦନ ମୋହନ ପାଠାଗାର ଓ ସାହିତ୍ୟ ସଂସଦ ତରଫରୁ ଏବଂ ବ୍ରହ୍ମପୁର ମହାନଗରର ଏକ ଅନନ୍ୟ ସଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ କଟକର ନାରାୟଣ ମୁଦୁଳି ଫାଉଣ୍ଡେସନ ଦ୍ଵାରା କବି ରୂପେ ସମ୍ମାନିତ । ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ବିଶିଷ୍ଟ ଶିଶୁ ସାହିତ୍ୟାନୁଷ୍ଠାନ “ଶିଶୁ ସାହିତ୍ୟ ବିକାଶ ପରିଷଦର କାର୍ଯ୍ୟକାରୀ ସଦସ୍ୟ ରୂପେ ଅଧିଷ୍ଠିତ ହୋଇ ଶିଶୁ ସାହିତ୍ୟର ପ୍ରସାର ଓ ବିକାଶ ପାଇଁ ନିଜକୁ ନିଯୋଜିତ କରି ଅଛନ୍ତି । 

ଠିକଣା ତୋଟା ସାହି, ଗୋସାଇଁନୂଆଗାଁବ୍ରହ୍ମପୁର, ଗଂଜାମ, ମୋବାଇଲ୍- ୯୪୩୮୮୪୬୯୮୩