ସୁଧାଞ୍ଜଳି ମିଶ୍ର

ଶ୍ରୀମତୀ ସୁଧାଞ୍ଜଳି ମିଶ୍ର ୧୯୭୨ ମସିହା ମଇ ୧୦ ତାରିଖରେ ଏକ ଶୁଭକ୍ଷଣରେ ବ୍ରହ୍ମପୁର ଉପକଣ୍ଠ କୃପାସିନ୍ଧୁପୁର ଶାସନ ନିବାସୀ ସ୍ଵର୍ଗତ ରାଜକିଶୋର ତ୍ରିପାଠୀ ଏବଂ ଶ୍ରୀମତୀ ସୁପ୍ରଭ ତ୍ରିପାଠୀଙ୍କ କନ୍ୟା ରୂପେ କୋଳମଣ୍ଡନ କରନ୍ତି । ସମ୍ପ୍ରତି ସେ ଶିକ୍ଷାକ୍ଷେତ୍ର ସହ ସମ୍ପୃକ୍ତ। ସାରସ୍ଵତ ସାଧନା କ୍ଷେତ୍ରରେ ସେ ନିଜସ୍ଵ ଉତ୍କର୍ଷତା ପ୍ରତିପାଦିତ କରିବା ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ । ତାଙ୍କର ବିଭିନ୍ନ ସାହିତ୍ୟକୃତି ପତ୍ରପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରସାରିତ । ଶ୍ରୀମତୀ ମିଶ୍ରଙ୍କ ପ୍ରକାଶିତ କବିତା ପୁସ୍ତକ ସ୍ମୃତି ସୁଧା ଏକ ଚମତ୍କାର ସୃଷ୍ଟି । କେବଳ କବିତା କାହିଁକି ଗଳ୍ପ ଓ ଶିଶୁ ନାଟକ ଲେଖାରେ ମଧ୍ୟ ସେ ସିଦ୍ଧହସ୍ତ । 

ଠିକଣା - ବ୍ରହ୍ମପୁର, ଗଂଜାମ, ମୋବାଇଲ୍- ୯୭୭୮୬୩୩୭୦୬