ଚିତ୍ରକର - ନରେଶ କୁମାର ବେହେରା

ବାରି ପାରୁନି ମୁଁ
ସେ ଗନ୍ଧ
ବର୍ଷାର ଓଦାମାଟିର ହେଉ
ଅବା ସେ
ଶିତୁଆ ରାତିର ନାଇଟକୁଇନ୍
କିମ୍ବା ସେ ବସନ୍ତର
ନୂଆନୂଆ ଫୁଲର ବାସ୍ନାସବୁ ।

ଦେଖି ବି ଅଜଣା
ମନରେ କିଛି ବି ହଇଚଇ ନାହିଁ
ଦୟନିୟ ଦୃଶ୍ୟସବୁ
ଯାହା ଅକୁହା, kଇନ୍ତୁ
ବୋଧେ ସମସ୍ତେ ଶୁଣିଥିବେ
ଜାଣିଥିବେ
ପ୍ରକୃତିର କରାଲ ତାଣ୍ଡବପରେ
ଯାହାସେ ପରିସ୍ଥିତି ।

ଏସବୁ ସ୍ଥଳେ
କେହି କୁହନ୍ତି ମୋତେ
ପୁଣି ଆଖ୍ୟା ଦେଇଥାନ୍ତି;
ନିର୍ଦ୍ଦୟୀ,
ଭାବହୀନ ବୋଲି;
ମୁଁ କିନ୍ତୁ ବାରିପାରେନା
ଦେଖିପାରେନା
ସେ ସବୁର
ଗନ୍ଧ, ଦୃଶ୍ୟସବୁ
କାନଭାସରେ କିଛି ଛିଟା
ତୁଳିରୁ ଝରିଥିବା ରଙ୍ଗଛଡା ॥

Post a Comment

0 Comments