ସାର କଥା - ରଞ୍ଜନ କୁମାର ଵ୍ରହ୍ମା

କରୁ କରୁ କାମ ସୁନ୍ଦର
      ଖାଉ ଖାଉ ପିତା ମିଠା ।
ପିନ୍ଧୁ ପିନ୍ଧୁ ପିନ୍ଧା ସୁନ୍ଦର
       ଅଣ୍ଟାରେ  କୁଞ୍ଚ ଯଥା ।।୧।।

ଵାନ୍ଧୁ ଵାନ୍ଧୁ ମଥା ସୁନ୍ଦର
           କହୁ କହୁ ତୁଣ୍ଡ କଥା ।
ପୋତୁ ପୋତୁ ଧରା ସୁନ୍ଦର
          ଆସ ଭାଇ ବନ୍ଧୁ ସଖା ।।୨।।

କେତୋଟି ପୋତିଲେ ଚାରା
            ବଂଚି ବଢ଼ିଲା କେତେ ।
ହିସାବ ନ କରି ରୋଇବା
         ଜିଈଂବା କାଳ ଯେତେ ।।୩।।

ଭିଜୁ ଭିଜୁ ମାଟି ଵତର
         ଏମାଟିର ସାର କଥା ।
ସୁନ୍ଦର ସବୁଜ ଜୀବନ
         ସବୁଜେ ରହିଛି ପରା ।।୪।।
==================
ଶିକ୍ଷକ, CRCC, ଚିକିଟି

Post a Comment

0 Comments