ନରେଶ କୁମାର ବେହେରା

ନରେଶ କୁମାର ବେହେରାଙ୍କ ସାହିତ୍ୟିକ ଜୀବନୀର ପ୍ରାରମ୍ଭ ହୁଏ ୧୯୯୭-୯୮ ମସିହାରେ ଲଂଗଲେଶ୍ଵରରୁ ପ୍ରକାଶିତ 'ନିଡ' ପତ୍ରିକାରୁ; ଯାହାର ସମ୍ପାଦନା କରୁଥାନ୍ତି ଶ୍ରୀ ଭାଗିରଥୀ ବେହେରା ଏବଂ ଶ୍ରୀ ପ୍ରହଲ୍ଲାଦ ବେହେରା। ୨୦୦୫ ମସିହାରେ ପ୍ରକାଶିତ ହିନ୍ଦୀ ପ୍ରବନ୍ଧ 'ଅନ୍ଦାଜ୍ ଅପନା ଅପନା' ଖୁବ୍ ପ୍ରଶଂସା ଲାଭ କରିଥିଲା। ୨୦୧୭ ମସିହାରେ ପ୍ରକାଶିତ ଗଂଜାମର କବିତାଘର ମୁଖପତ୍ର 'ଭାଗିରଥୀ କବିତାର ଗଂଗା' ରେ ସଂକଳନ 'ବିବାଦୀୟ ନାୟକ'ରେ ୧୪ଟି କବିତା ପ୍ରକାଶ ହୋଇଥିଲା। ୨୦୧୭ରେ 'ଗଳ୍ପ ଓ ଗାଳ୍ପିକ' ନାମରେ ଏକ କ୍ଷୁଦ୍ର ଗଳ୍ପ ସଂସ୍କରଣର ସମ୍ପାଦନା ବି କରିଥିଲେ। ୨୦୧୮ ମସିହାରେ 'ଭାଗିରଥୀ କବିତାର ଗଂଗା' ୩ୟ ବର୍ଷର ସମ୍ପାଦନା ଦାୟିତ୍ଵ ତୁଲାଇବା ସହ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଂକ ଶିଶୁ କବିତା ସଂକଳନ 'ଖଡ଼ୀ ସିଲଟ' ପୁସ୍ତକଟିକୁ ପ୍ରକାଶ କରିଥିଲେ। ୨୦୧୮ ମସିହାରେ ବନମଲ୍ଲୀର ମହକ ଅନଲାଇନ ମଗାଜିନରେ ଉତ୍କଳ ଦିବସ ବିଶେଷାଙ୍କ ଗଳ୍ପ ଓ ପ୍ରବନ୍ଧ ସଂକଳନ ‘ସ୍ମୃତି’ର ସମ୍ପାଦନା କରିଥିଲେ। ପେଷାରେ ସେ ଜଣେ କମ୍ପ୍ୟୁଟର ଶିକ୍ଷକ ଏବଂ ୱେବସାଇଟ ଡିଜାଇନର ହେବା ସଙ୍ଗେ ସଙ୍ଗେ ଲେଖାଲେଖି, ଫୋଟୋଗ୍ରାଫୀ, ଚିତ୍ରାଙ୍କନ, ଭ୍ରମଣ ଆଦି ତାଙ୍କର ରୁଚି ଅଟେ। 

ଠିକଣା - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ ରୋଡ୍, ବ୍ରହ୍ମପୁର, ଗଂଜାମ, ମୋବାଇଲ୍-୭୮୦୯୮୭୨୪୮୩ ।