ଓଡ଼ିଆ ଢଗଢଗାଳି (ର, ଲ, ଶ, ସ, ହ)

ରଙ୍କ ସଞ୍ଚେ ଧାନ
ତାକୁ ମୂଷା କରେ ଜଳପାନ ।
ରଙ୍କୁଣି ପାଇଛି ଇଲିଶି
କଣ୍ଟା ମନ୍ତା କରି ଗିଲୁଚି ।
ରାଜା ଘରେ କି ଖଳା ଅପୁରୁବ?
ରୁଚୁ ନରୁଚୁ ଖା ପିତା
ବୁଝୁ ନବୁଝୁ ପଢ ଗୀତା
ଲାଜ ନାଇଁ ନିଲଜକୁ
ଶୁଖିଲା କୂଅରୁ ପାଣି କାଢୁଛି
ଗୋଡ଼ ହାତ ଧୋଇବାକୁ
ଲୁଚିଚି, ନା
ଗୋଡ଼ ଦିଇଟା ଦିଶୁଚି
ଶିଙ୍ଗ ଧରିବ ଜଣେ
କ୍ଷୀର ଖାଇବ ଆଉ ଜଣେ
ଶୀଳ ଶିଳପୁଆ ଗଗନେ ଉଡନ୍ତି
ଶିମିଳି ତୁଳା କହୁଚି ମୋତେ ରଖ
ଶୁଆ ମୂଲତ ଶୁଆ କହିବ
ଶୁଖିଲା ପାନକୁ ଶୁଖିଲା ଚୂନ
ମୋଡ଼ି ମାଡ଼ି ହୋଇ ରହରେ ଧନ
ଶୁଣ୍ଢୀ ସାକ୍ଷୀ ମାତାଲ୍
ଶ୍ରୋତା ବକତା କେହି ନାଇଁ
ରୋଦନ କରୁ କାହିଁ ପାଇଁ
ସକଳ ତୀର୍ଥ ତୋ ଚରଣେ
ବଦ୍ରିକା ଯିବି କି କାରଣେ?
ସକାଳ ମେଘ ମେଘ ନୁହେଁ
ସକାଳ କୁଣିଆ କୁଣିଆ ନୁହେଁ
ସଞ୍ଜବେଳେ କୁଣିଆ, ସଞ୍ଜବେଳେ ମେଘ
ଘୁଞ୍ଚେ ନାହିଁକି ଛାଡେ ନାହିଁ
ସତ କହିଲେ ଭାତ ମିଳେ
ସର୍ପ କୂଳରେ କଲୁ ଜାତ
ସ୍ଵଭାବ ଛାଡିବି କେମନ୍ତ
ସବୁ ଜଳଖିଆ ଭାତ ତଳକୁ
ବାପ ଭାଇ ସବୁ କାଚ ତଳକୁ
ସବୁରି ନାକରେ ଗୁଣା
ମୁଁ କାହାକୁ କରିବି ଊଣା ?
ସଭିଏଁ ଦେଖନ୍ତି ଉପର ଛାପ
କେହି ନଦେଖଇ ଭିତର ପାପ
ସଂପଦ କାଳେ ସର୍ବେ ସଖା
ବିପଦେ ନ ଦିଅନ୍ତି ଦେଖା
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି
ସ୍ଵର୍ଗକୁ ନିଶୁଣି ନାହିଁ
ବଡଲୋକଙ୍କୁ ଉତ୍ତର ନାହିଁ
ସ୍ଵର୍ଗରେ ବାସ ହେବ
ନର୍କରେ ରଜା ହେବ ନାହିଁ
ସାଉଣ୍ଟିଲା କାଣ୍ଡ କି ଯୁଦ୍ଧକୁ ପାଏ?
ସାନ ମୁହଁରେ ବଡ କଥା
ଶୁଣିଲେ ହୁଏ ମନ ବଥା
ସାନ ଥିଲେ ପଚାରି
ବଡ ଥିଲେ ବିଚାରୀ
ସାପ ମରିବ ନାଇଁ
ବାଡି ଭାଙ୍ଗିବ ନାଇଁ
ସହସେ ତଋ, ସହସେ ମରି
ସହସେ ଘର ଦୁଆରେ କରି
ସିଧା ଆଙ୍ଗୁଠିରେ କି ଘିଅ
ବାହାରେ?
ସିନ୍ଦୁକ ଭିତରେ ନାଲି ମନ୍ଦାର
ଝିଅ ଚାଲିଗଲେ ଘର ଅନ୍ଧାର
ସୁଧାର ଗାଈର ବାଛୁରୀ ମରେ
ସୁନା ଚିହ୍ନେ ବଣିଆ
ଗୁଣ ଚିହ୍ନେ ଗୁଣିଆ
ହାତ ପଶୁ ପଶୁ ବାହା ପଶେ
ହାତରେ ନଥାଏ ଧନ
ପୁଅ ବାହା କରି ମନ
ହାତୀ କାଦୁଅରେ ପଡିଗଲେ
ବେଙ୍ଗ ଗୋଇଠା ମାରେ
ହାତୀ ଗଳି ଯାଉଚି
ପିମ୍ପୁଡ଼ି ଯିବାକୁ ବାଟ ନାଇଁ  
ହାତୀ ବନସ୍ତରେ ଥିଲେ ବି
ରଜାଙ୍କର
ହାତୀ ମଲେ ଲକ୍ଷେ
ଜିଂଇଲେ ଲକ୍ଷେ
ହାଣ୍ଡି ଭାଙ୍ଗିଲେ ଖପରା
ମନ ଭାଙ୍ଗିଲେ ଛୋପରା  
କ୍ଷୀରରେ ଧୋଇଲେ
ଖଣ୍ଡରେ ମୋହିଂଲେ,
ନିମ୍ବ କି ମଧୁର ହୋଇବ
ଯେତେ ପରକାରେ ବୁଝାଇ କହିଲେ
ପର କି ଆପଣା ହୋଇବ

Post a Comment

0 Comments