ଓଡ଼ିଆ ଢଗଢଗାଳି (ଉ, ଏ, ଓ)

ଉଜି ଗାଁରେ କୁଜି
ଯେଉଁ ଗାଁରେ ଦେବତା ନାହାନ୍ତି
ଶିଳ ଶିଳ ପୁଆ ପୂଜି
ଊଣା ହିଡ଼ ଯେଉଁଠି
ପଣି ଗଡ଼େ ସେଇଠି
ଉଧାର ମିଳିଲେ କିଣନ୍ତି ହାତୀ
ଶୁଝିଲେ ଶୁଝିଲେ ପୁଅର ନାତି
ଉପରେ ଉପରେ ପାଣି ଚିଞ୍ଚୁଛି
ଭିତରେ ଭିତରେ ଶିଅ କାଟୁଛି
ଉପକାରିଆ ବନ୍ଧୁ
ଆମ୍ଭ ଆଣି ନାହିଁ, ଶିମ୍ବ ଆଣିନାହିଁ
ଆଣିଛି କଷା କେନ୍ଦୁ           
ଉଲୁରା ଘର, ମୁକୁଳା ବାଳ
ଏହା ନରଖିବ ବହୁତ କାଳ
ଏଇ କଥାକୁ,
ନାଆ ପେଲିଦେଲି କଲିକତାକୁ
ଏକା ଆଖି ଆଖି ନୁହଁ
ଏକା ସାକ୍ଷୀ ସାକ୍ଷୀ ନୁହଁ
ଏକା ତୁଣ୍ଡରେ ଉଆ ଉଷୁନା
ଏକା ମାଧିଆ ବାଇଶି ପଳ
ଏ କୋଠି ନିପିଲି ସେ କୋଠି ନିପିଲି
ନାଉଫୁଲ ଦେଲି ଝୋଟି
ଶୋଇଲା ଶେଯରେ କଥା ନକହିଲେ
ହୃଦୟ ଯାଉଛି ଫାଟି
ଏ ଘରେ ମାଉସୀ
ସେ ଘରେ ପିଉସୀ
ଏଣ୍ଡୁଅ ଦଉଡି କିଆବୁଦାକୁ   
ଏଣୁ ମାଇଲେ ଗୋ ହତ୍ୟା
ତେଣୁ ମାଇଲେ ବ୍ରହ୍ମ ହତ୍ୟା
ଏଣେ ପୁଅ ମୁଣ୍ଡକୁ ଆଶା
ତେଣେ ତେଲ ଘଡ଼ିକି ଆଶା
ଏ ସନ ମଳୁ, ଆର ସନକୁ ବଇଦ
ଏମିତି ସଜରେ ବସି ଯାଇଥିବ
କେହି ନକହିବେ ଉଠ
ଏମିତି ମଜାରେ କହି ଯାଉଥିବ
କେହି ନକହିବେ ଝୁଟ୍
ଏମିତି ଚଞ୍ଚଳୀ ଏ ଘରେ ଥିଲା
ତୁଛା ଖାଇ ବୁଢା ହାଟକୁ ଗଲା
ଏମିତି ଜଣେ
କାଲୀ ଦେଖିଥିଲି କବାଟ କଣେ
ଆଜିତ ଦେଖିଲି ବାଉଁଶ ବଣେ
ଏସା କରେଙ୍ଗା
ତେସା କରେଙ୍ଗା
ସିପାହୀ ଦେଖିଲେ ଶୋଇ ପଡେଙ୍ଗା
ଋଷି ଘରକୁ ମହାରୁଷି ଗଲେ
ଜୀରା ଭିତରୁ ଶିରା କାଢିଲେ
ଓଢଣା ପଡ଼ିଛି ନାକ ସରିକି
ତୁଣ୍ଡ ଶୁଭୁଅଛି ଚଉପାଢିକି
ଓଳି ଗୁଣେ କୋଳି
ପଲମ ଗୁଣେ ସରୁ ଚକୁଳି
ଓଲୁଅ ତିଆରେ ବଣ ସାରୁକୁ
ତୋର ମୋର ଯିବା ବିଭାଘରକୁ
ଓଲେଈ ଚୋରଣୀ ହାଣ୍ଡିରେ ଖାଏ
ଗୋଡ଼ରେ ପଡ଼ିଲେ ଗାଧୋଇ ଯାଏ

Post a Comment

0 Comments