ଓଡ଼ିଆ ଢଗଢଗାଳି (କ, ଖ)

କଇଁ ଫୁଲିଆ ନାଗର ବର
ଶିମିଳି ଫୁଲରେ ବାଇ
ପୋକଶୁଙ୍ଗା ଫୁଲ ଗୋଟିଏ ପାଇ
ବୁଲୁଥାଏ ସାଇ ସାଇ ।
କଖାରୁ ଚୋର, ଲାଉ ଚୋର
ଚୋରାଉ ଚୋରାଉ ବଡ଼ା ଚୋର ।
କଟକ ସହର ଡିବି ଡିବି
ବାପା ଡାକୁ ନାଇଁ ଭାଇ ଡାକୁ ନାଇଁ
ନିତି ବୋଲୁଥାଇ ଯିବି ଯିବି ।
କର୍ଣ୍ଣ ମଲେ ପାଞ୍ଚ
ଅର୍ଜୁନ ମଲେ ପାଞ୍ଚ ।
କଣ୍ଟା ଫିରିକି
ଏତେ ଗୁଣ ବୋଲି ଜାଣିଥିଲିକି ?
ବେଳସୁଁ ନକହିଲ
ଫୁଲ ପରା କରି ଟେକି ଧରିଥିଲ
କଚାଡି ପକାଇଲ ।
କଥାକୁ ମାଜିଲେ ମୋଟ
ସୂତାକୁ ମାଜିଲେ ସରୁ ।
କଥା କହୁଥାଏ କେଉଁ ରସରେ
ମୋତେ ଲାଗୁଥାଏ ପରିହାସରେ
କରମ ପଡ଼ିଲେ ଧରମ ଛାଡେ
ସରମ କଥାରେ ମରମ ସଢେ
କରମ ଦଶା
ଯେ ଫଳ ଖାଇଲେ ସେ ଫଳ କଷା
କରମ ଲିଖନ
କେ କରିବ ଆନ?
କରୁ ଯଦି ଡରୁ କାହିଁକି
ଡରୁ ଯଦି କରୁ କାହିଁକି?
କରୁଛି ତପ
ମାଳି ଗଡଉଛି ଟଅପ ଟପ  
କଳି ଯେବେ କରି ବସିବ
            ସଙ୍ଗେ ଥିବ ଭାଇ
ଦୁଧ ଯେବେ ଖାଇ ବସିବ
            ଘରେ ଥିବ ଗାଈ
କଂସା ମୁହଁରେ ଜଉ
ଭାଙ୍ଗିଗଲା ମନ ହେବକି ଯୋଡ଼ି
ଯେତେ କଅଁଳେଇ କହୁ
କଂସାରି ଘରର ପାରା
ତାକୁ କୁଲା ଢାଉଁ ଢାଉଁ ଡରା

କହି ଜାଣିଲେ କଥା ସୁନ୍ଦର
ବାନ୍ଧି ଜାଣିଲେ ମଥା ସୁନ୍ଦର
କହି ଦେଉଥାଏ ପରକୁ
ବୁଦ୍ଧି ନ ଦିଶଇ ଘରକୁ
କହି ନ ଜାଣିଲେ କଥା ଅଡୁଆ
ଧରି ନ ଜାଣିଲେ ସୂତା ଅଡୁଆ
କହି ପୋଛି ପାରେ ଯେ
ପଚା ଚିଙ୍ଗୁଡି ବିକେ ସେ
କହିଲେ କୁଳ କୁଟୁମ୍ବକୁ ଲାଜ
ନ କହିଲେ କୁଳ ଭାସି ଯାଉଛି
କହିବି ନାଇଁ
କହିଲେ ଏ ଘରେ ରହିବି ନାଇଁ
ତାଟି କିଳା ମାଡ଼ ସହିବି ନାଇଁ
ଖଣ୍ଡିଆ ପଥୁରି ଧୋଇବି ନାଇଁ
କହିବାର କଥା, କି ଯାଉଛି
ନଅଟା ଧାନରେ ଛଅଟା ଚକୁଳି
ଦି ପାଖେ ଘିଅ ବୋହି ଯାଉଛି
କହିଲା ଲୋକକୁ ଲାଜ ନାହିଁ
ଶୁଣିଲା ଲୋକକୁ ଲାଜ
କାଉ କୋଇଲି ଏକା ବର୍ଣ୍ଣ
ରାବିଲା ବେଳେ ଭିନ୍ନ ଭିନ୍ନ
କାଉ ଖାଏ ପଣସ
ବଗ ମୁଣ୍ଡରେ ଅଠା
କାଉଁରିଆ କାଠି
ଭାଙ୍ଗିବ ପଛେ ନଇଁବ ନାହିଁ
କାଖରେ ପତର, ହାତରେ ଲୁଣ
ମିଛରେ ବୋଲଇ ତିନି ତିଅଣ
କାଟି ନ ଜାଣି କଟୁରୀ ଦୋଷ
ଚାଲି ନ ଜାଣି ବାଟର ଦୋଷ
କାଠ କହିଲା-ମୋତେ କିଏ ହାଣୁଛି?
ତୋ ଭାଇ ତା ଭିତରେ ପଶି ହାଣୁଛି
କାନ ଥିଲେ ସୁନା ନାଇଁ
ସୁନା ଥିଲେ କାନ ନାଇଁ
କାନ୍ଦୁଥିବ
ଯାହା ପାଉଥିବ ବାନ୍ଧୁଥିବ
କାଳକ ଯାକ ଥିଲା ବସି
ଆଷାଢ ମାସରେ ପାରୁଛି ଘସି
କାଳକ ଗଲା ଅନ୍ଧାର ଘର
ଲାଗିଛି ଏବେ ଯୋଡ଼ି ମିଶାଇ
କାଳ ଠାର କାଳ ମାଆ ଜାଣେ
କାଲିକା ଯୋଗୀ-ମୁଣ୍ଡରେ ଜଟା
କାଳିକା କଥା ଆଜିକୁ ଅନ୍ତର
କାହା କରମରେ ଖିରୀ ଖିରୀସା
            କାହା କରମରେ ଲଡୁ
କାହା କରମରେ ଖାରିଆ ଖଡା
            ଚୋବାଇ ଚୋବାଇ ମରୁ
କାହା ମୁହଁକୁ ଧାନ ଭରଣେ
କାହା ମୁହଁକୁ ପାଳ ଭରଣେ
କାହାର ପୁଷ ମାସ
କାହାର ସର୍ବନାଶ
କାହାକୁ ଦେଖିଲେ କିସ ପରି
ଆମକୁ ଦେଖିଲେ ବିଷ ପରି
କାମ୍ପି କି ଜାଣେ କର୍ପୁର ଗୁଣ
ଶୁଙ୍ଘି ଶୁଙ୍ଘି କହେ ସୈନ୍ଧବ ଲୁଣ
କିଛି କହେ ନାହିଁ ସରମରେ
ପଦିଏ ପଦିଏ କହି ଦେଉଥାଏ
ବାଜି ଯାଉଥାଏ ମରମରେ
କୀଚକ ବାହୁବଳେ ବିରାଟ ରଜା
କେଉଁ ବାହାକୁ
ଦୁଇ ଗୋଡ଼ରେ ଅଳତା ?
କେତେ ଘାଣ୍ଟିବୁ ଘାଣ୍ଟୁ
ତିଅଣ ସ୍ଵାଦ କି ଜାଣିବ ଚଟୁ?
କେତେବେଳେ ଶଗଡ଼
            ଉପରେ ନାଆ
କେତେବେଳେ ନାଆ
            ଉପରେ ଶଗଡ଼
କେମନ୍ତ କଥା
ପାକଲା ବାଳରେ ମହଣ ସୁନ୍ଥା
କ୍ରୋଧ ଠାରୁ ଶତ୍ରୁ ନାହିଁ,
ବୋଧ ଠାରୁ ମିତ୍ର ନାହିଁ
କୋପେ ବର ନଇଲେ ତପେ ବର
କୋଶେ ଗଲେ ପୋଷେ ମିଳେ
ଖଡୁ ବିକି କରି ରଖିଲି ଦାସୀ
ସେ ହେଲା ସାନ୍ତାଣୀ,
ମୁଁ ପରବାସୀ
ଖଜୁରୀ ଗଛର କି ଗୁଣ ଗାଇବି
ସେ ତ ମୁଳୁ ପାହାଚ ପାହାଚ
ଖଣ୍ଡରେ ମୋହିଲେ କ୍ଷୀରରେ ଧୋଇଲେ
            ଲିମ୍ଭ କି ମଧୁର ହୋଇବ
ଯେତେ ପରକାରେ ବୁଝାଇ କହିଲେ
            ପର କି ଆପଣା ହୋଇବ
ଖାଇଲା ଘର ପୁଅ ରଙ୍କ     
ଖାଇଲା ବେଳକୁ ସାତ ପୁଅ ମା
ହୁଳହୁଳି ଦେଲା ବେଳକୁ
ଜିଭରେ ଘା
ଖାଇ ସାରିଲେ ଗାଈ କି ଯିବି
ଖାଇ ସାରିଲି କାହିଁକି ଯିବି ?
ଖୁଣ୍ଟି ଖାଉଥିଲୁ ମଦରଙ୍ଗା ଶାଗ
            ପିଠି ଖାଉଥିଲା ଖରା
କାଲି ଚାଟୁଥିଲୁ ଅଇଁଠା ପତର
            ଆଜି ରୁଚୁ ନାହିଁ ବରା
ଖୋଇଲି ପେଇଲି ନ ହେଲି କିଛି
ଅଧିକାର କଲା ଗୁହାଳ ପୋଛି
ଖୋଳ ପର୍ବତ ମାର ମୂଷା

Post a Comment

0 Comments