ଓଡ଼ିଆ ଢଗଢଗାଳି (ନ, ପ, ଫ, ବ, ଭ)

ନଇଁକେ ବାଙ୍କ
ଦେଶକେ ଫାଙ୍କ
ନଡିଆ ଗଛରେ ନଡିଆ ନାଇଁ
ଦେଖିଲେ କଥା ନକହେ
ନଇଁ ପଡ଼ିଥିବ ଯେତିକି ବେଳେ
ବିଧାଏ ମାରିବ ସେତିକି ବେଳେ
ନବ ଗୁଞ୍ଜର
ଆପଣା ମନକୁ ଆପେ ସୁନ୍ଦର
ନ ରସି ଭ୍ରମର ରସିଲା
ଜାଇ ଜୁଇ ଫୁଲ ପାଣିକି ପକାଇ
ପୋକଶୁଙ୍ଗା ମୂଳେ ବସିଲା
ନ ଲାଗିଲେ ସବୁବେଳେ
            ଘର କି ଶୋଭେ
ନ ମାଠିଲେ ବୟସ ବେଳେ
            ମନ କି ଲୋଭେ?
ନାଆଁକୁ ଧନ୍ଵନ୍ତରୀ
ଚିକିତ୍ସାରେ ଯମ
ନାକଚଣ୍ଡା ବୋଲି ଖଣ୍ଡେ
ତାକୁ ବୋହୁ ନାଉଥାଏ ଦଣ୍ଡେ
ତାକୁ ଶାଶୁ ନାଉଥାଏ ଦଣ୍ଡେ
ନାଗର ପୁଅ ନାଗ
ବାଘର ପୁଅ ବାଘ
ନାମ ବଡ଼ା
ଦର୍ଶନ ଥୋଡ଼ା
ନାହିଁ ମାମୁଁଠାରୁ
କଣା ମାମୁଁ ଭଲ
ନିରିମାଇଲ
କାହିଁ କଥା ନେଇ କାହିଁ ମାଇଲ ?
ନିଲଜ ଲାଉ
ଟେକି ଟାକି ଦେଲେ ପିଢାକୁ ଯାଉ
ନେଥେଇ ଫୁଲୀର କାନରେ କାପ
କାନ କରୁଥିଲା କଅପ କପ
ପଥ ସୁମରି ପିତା ଘର ଯିବ
ଆଉ ଅଯୋଧ୍ୟା ମନେ ନ କରିବ
ପର ଘରେ ପଶି ମଙ୍ଗଳବାର ଓଷା
ପର ଲୁଗା ପିନ୍ଧି ଯାତକୁ ଯାଏ
ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ
ପଲାଇ ପଶିଲି ମାଉସୀ ଘରେ
ମାଉସୀ ମଇଳା ଦି ପାହାରେ
ପାଇଚି
ପାଇଲା ଗଡ଼ିଆ ବୋହୁଚି
ପାଖରେ ଶୁଏ କାନରେ କୁହେ
ତା କଥା କି ଅନ୍ୟଥା ହୁଏ ?
ପାଟି ସୁଆଦ
ପେଟ କି ଜାଣଇ ତହିଁର ଭେଦ?
ପାପ ଧନ
ପ୍ରାୟଶ୍ଚିତରେ ଯାଏ
ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ
ହାତୀ ଗଳି ଯାଉଛି ।
ପୁଅ ନାଇଁ, ପୁଅ ପେଟରେ
ପୁଅର ବାପ ଖଡୁ ଗଡଉଛି
ବନମାଳୀପୁର ହାଟରେ
ପୁଅ ବସିଚି କଚେରୀରେ
ବାପ ଖାଉଚି ପଥୁରିରେ
ପୁଅ ଯଦି ଯୋଗ୍ୟ ହୁଏ
            ଧନ କାହିଁ ପାଇଁ ସଞ୍ଚୁ
ପୁଅ ଯଦି ଅଯୋଗ୍ୟ ହୁଏ
            ଧନ କାହିଁ ପାଇଁ ସଞ୍ଚୁ ?
ପୁଅର ପୁଅ ନାତି
            ମାରଇ ଝିଅଙ୍କର କାତି
ଝିଅର ପୁଅ ନାତି
            ସରଗେ ଜାଳଇ ବତୀ
ପୂରୁବ କହ୍ନେଇ କି?
କହ୍ନେଇ କନ୍ଧରେ ନାଲି ଗାମୁଛା
କହ୍ନେଇ ମଣିଷ ଚିହ୍ନଇ କି?
ପେଟକୁ ଦେଇ
ପିଠିକି ମାଇଲେ ସୁହାଉ ଥାଉ
ପେଟ ପୋଷ
ନାହିଁ ଦୋଷ
ପେଟରେ ଭୋକ, ମୁହଁରେ ଲାଜ
ଫମ୍ପା ମାଠିଆର ଶବଦ ବେଶୀ
ବଗଡ଼ା ଭାତ
ନିଶାରେ ହାତ
ବାଗ ମୁହଁ ଚାହିଁ ବଗୁଲୀ ବସେ
ତୋ ମୁହଁ ମୋ ମୁହଁ ସୁନ୍ଦର ଦିଶେ
ବଚନ ମଧୁର ତିଳକ ସରୁ
ଏହାକୁ ଜାଣିବ ଠକଙ୍କ ଗୁରୁ
ବଡ ବଡ ଗଲେ ଫସର ଫାଟି
ସାନ ବାହାରିଲେ ବେସର ବାଟି
ବନ ପୋଡିଗଲେ ସଭିଏଁ ଜାଣନ୍ତି
ମନ ପୋଡିଗଲେ ଜାନୁଛି କିଏ ?
ବତେଇ ଦେଉଛି ପରକୁ
ବୁଦ୍ଧି ନ ଆସଇ ଘରକୁ
ବନ୍ଧୁ ବଳ ଦିଏ
ନଇ ଥଳ ଦିଏ
ବହିଗଲା ପାଣି ଯାଉ ତେଣିକି
ବନ୍ଧେଇଲା ପଣି ରହୁ ଏଣିକି
ବାଉଁଶ ଫୁଲରେ ମରେ
ମଣିଷ ଫୁଲିଲେ ମରେ
ବାଟରେ ଦେଖିଲି କମାର
ଲୁହା ପଜାଇଦେ ଆମର
ବାପ ତେଲ ବିହୁନେ ଲଣ୍ଡା
ପୁଅ ବୁଲେଇ ବେଣ୍ଟି ରଖୁଛି
ବାହାଘର ବେଳେ ବାଇଗଣ ରୁଆ
ବାପଥିଲା ପୁଅ ସଭାରେ ଜିଣେ
ବୁଦ୍ଧିଥିଲା ପୁଅ ପୋଷାଇ ପଣେ
ବାପ ରାଣ, ଢିଙ୍କି ଗିଳ
ବାପ ଖାଇଛନ୍ତି ତାଳ
ପୁଅଙ୍କ ପାଇଁ ତା କାଳ
ବାହା ସରିଲେ ବେଦୀ ମୁହଁ ପୋଡ଼ା
ବାୟାର କି ଯାଏ,
ବା କଲେ ବସା ଦୋହଲୁଥାଏ
ବୁଝି ବିଚାରୀ କାର୍ଯ୍ୟ କଲେ
ପ୍ରମାଦ ନପଡଇ ଭଲେ
ବୁଡିଗଲା ଗୋଡ଼ ତଳକୁ ତଳକୁ
ବୁଡିଗଲା ଲୋକର କୁଟାଖିଅକୁ ଆଶ୍ରା
ବୁଲେଇ ବିକିଲେ ମାଣିକ ଭେଣ୍ଡି
ବେଙ୍ଗ ବୋଲେ ବେଙ୍ଗୁଲୀଲୋ
ମହୀ କ୍ଷଣକ୍ଷଣକେ ଆନ
ଭାତ ଉତୁରିଲେ ଚୂଲିରେ ପଶେ
ମଣିଷ ଉତୁରିଲେ ଗାତରେ ପଶେ
ଭାତ ଖୁଆଇଲି କୁକୁରକୁ
କୁକୁର ଚଢିଲା ଉପରକୁ
ଭାରିଜା ଲାଗି ସାନ ଶଳାକୁ ନମସ୍କାର
ଭିମ ବଳ କୁଇନ୍ତାକୁ ଜଣା
ଭୂରିଶ୍ରବା ପାଗ ବାନ୍ଧୁ ବାନ୍ଧୁ
            ମହାଭାରତ ଯୁଦ୍ଧ ଶେଷ
ଭେକ ଥିଲେ ଭିକ ମିଳେ
ଭୋକ ବିକଳରେ ତାଟିଆକୁ କାମୁଡା 
ଭୋକିଲା ପାଟିକି ଆମ୍ବିଳା
            ଆମ୍ବ ସୁଆଦ

Post a Comment

0 Comments