ଓଡ଼ିଆ ଢଗଢଗାଳି (ଚ, ଛ, ଜ, ଝ)

ଚଁର ପୋଖରୀ ଡଅଁର ଗଣ୍ଡରେ
            ଭଅଁର କରିଛି ବସା
କୋଊ କଥା ପାଇଁ କରିଲି ଆଶା
            ଦାଣ୍ଡେ ହେଲି ଲୋକହସା
ଚକ ଢିଲାକୁ ଅଖ ଢିଲା
ଯାଉ ଯାଉ ଗାଡ଼ି ଯୁଆଡ଼େ ଗଲା
ଚମ ବାଇଦ କୋଶେ
ତୁଣ୍ଡ ବାଇଦ ସହସ୍ର କୋଶେ
ଚଷା, ଲକ୍ଷେ ଜୀବ ପୋଷା
ଚଷା ହୁଡିଲେ ବରଷେ
ଭୋଟର ହୁଡିଲେ ପାଞ୍ଚ ବରଷ
ଚହଚହକା ମହମହକା
ପାଇ ଆଣିଥିଲି ତୋତେ
ଟାକୁଆ ଗାଲରେ ମାଉଁସ ଲାଗିଲା
ଜବାବ ଦେଉଛୁ ମୋତେ
ଚାଉଳ ସେରକ କେତେ
ନା, ମୁଁ ମଠରେ ଖାଏ
ଚାଉଳ କେତେ ଭାଉ
ଆମେ ମାମୁଙ୍କ ବସାରେ ଖାଉ
ଚାଉଳ ସେରକୁ ତିନି ପରାଣୀ
ଆହୁରି ଯାଉଛି ବୋହୁକୁ ଆଣି
ଛାତ ଘର ପୁଅ ଚାଟ
ଭାଟ ଘର ପୁଅ ଭାଟ
ଚାଟୁଥା
ପଚ୍ଛରୁ ଗଳାକୁ କାଟୁଥା
ଚାଳେ ଚାଳେ ଗଲା ଚାଳୁଆ ମୂଷା
କେହି ନଜାଣିଲେ ସାଇ ପଡ଼ିଶା
ଚାଷ ନାହିଁ ଯା
ବାସ ନାହିଁ ତା
ଚାଷ ହୁଡିଲେ ବରଷେ
ପାଠ ହୁଡିଲେ ପୁରୁଷେ
ଚିନ୍ତା ଖାଏ ଗଣ୍ଡି
ଲୁଣ ଖାଏ ହାଣ୍ଡି
ଚିହ୍ନା ବ୍ରାହ୍ମଣର କି
            ପଇତା ଲୋଡା ?
ଚୂନ ରଗ ପାନେ ମରୁ
ମନ ରଗ ମନେ ମରୁ
ଚେଇଁ ଶୋଇଥିବ ଯିଏ
ତାକୁ ଉଠେଇବ କିଏ?
ଚୋରଙ୍କର ଭାରି ମୁହଁ ଟାଣ
ଚୋର ମାଆ କାନ୍ଦେ ନାହିଁ
ଯଦି କାନ୍ଦେ ଦୁଆର ଦେଇ କାନ୍ଦେ
ଚୋର ପଳାଇବା ପରେ ବୁଦ୍ଧି ବାହାରେ
ଚୋର ହୋଇ ପୁଣି ପାଇକ ପଣ
ଚୋରକୁ କହୁଛି ଚୋରୀ କର
ସିପାହିକୁ କହୁଛି ଜଗିଥା
ଚୋର ମନ ଗଣ୍ଠିଲିରେ
ବାବାଜୀ ମନ କଣ୍ଠିରେ
ବେପାରୀ ମନ ପାଣ୍ଠିରେ
ଚୋରୀ କଲା ଲୋକର ଏକ ପାପ
ଚୋରୀ ଗଲା ଲୋକର ସହସ୍ର ପାପ
ଅଡ଼ା ବଣିକ ବାନ୍ଧେ ପାଣି
ଛାଇତ ଛାଇ, ଛତାର ଛାଇ
ଗଛ ଛାଇ, କି ସଙ୍ଗତେ ଯାଇ?
ଛିଣ୍ଡା କବଟା, ହଜିଲେ ମଠା
ଛି ଛିରେ ପଚା ପଇଡ
            ଭାସି ଯାଉଥିଲୁ ମଝି ନଈର
ସାଉଣ୍ଟି ଆଣିଲି ତୋତେ
            ତୋ ଦେହରେ ଚେରିମି ଲାଗିଲା
ଜବାବ ଦେଉଛୁ ମୋତେ
ଛି ଲୋ ଛତୁ,
ମେଘ ବରଶିଲେ କେତେ ତୁ ଫୁଟୁ ।
ଛି ଲୋ ବିଲେଇ କାହିଁକି ଋଷୁ
ସେଇ ଭାଡ଼ି ତଳେ ପୁଣି ପଶୁ
ଛୋଟ ସାପର ବିଷ ଟାଣ

ଛୋଟୀ ବିରାଡି
କୁଜି ଅସରପା ଉପରେ ଟାଣ
ଛୋଟୀ କି ଶ୍ରୀବନ୍ତି କହିଲେ
ଗୋଡକୁ ବୁଲାଇ ପକାଏ
ଜଗନ୍ନାଥଙ୍କର ବଡେଇ
କାହାକୁ ଦିଅନ୍ତି ପାଟ ପୀତାମ୍ବରୀ
କାହାକୁ ଦିଅନ୍ତି ଗଡେଇ
ଜର କଲା ଧାନ କୁଟା ବେଳକୁ
ଛାଡିଗଲା ଭାଟ ଫୁଟା ବେଳକୁ
ଜାନ ଯାଉ, ମହତ ଥାଉ
ମହତ ଗଲେ ନମିଳେ ଆଉ
ଝାମ୍ପୁରୀ ମୁଣ୍ଡି ଓଲେଈ ତୁଣ୍ଡି
ଏମାନଙ୍କ ହାତେ ନଦେବ ହାଣ୍ଡି
ଝିମିଟି ଖେଳରୁ ମହାଭାରତ

Post a Comment

0 Comments