ଓଡ଼ିଆ ଢଗଢଗାଳି (ଗ, ଘ)

ଗଙ୍ଗା ଯା ଗଯା ଯା
କର୍ମ ଘେନି ବୁଲୁଥା
ଗଙ୍ଗା ବୋଇଲେ ଥିବି
ଗାଙ୍ଗୀ ବୋଇଲେ ଯିବି
ଗଙ୍ଗା ଗଳିଳ ଯେତିକି
ଫଳ ପାଇଲି ସେତିକି
ଗରଜିଲା ମେଘ ବରଷେ ନାଇଁ
ଭୁକିଲା କୁକୁର କାମୁଡ଼େ ନାଇଁ
ଗରିବ ମାଈପ ସବୁରି ଶାଳି
ଗାଆଣକୁ ଗାଆ କହିଲେ-
            ଗାଏ ନାହିଁ
ଡାହାଣୀକୁ ଖାଆ କହିଲେ –
            ଖାଏ ନାହିଁ
ଗାଈ ମାଇଲେ ମଲି
ଗାଈବି ମାଇଲେ ମଲି
ଗାଈ ସହଦେବଙ୍କର
ଷଣ୍ଢ ମହାଦେବଙ୍କର
ବଳଦ ବାପୁଡା କାହାରି ନୁହଁ
ଗାଁ କନିଆ ଶିଙ୍ଘାଣୀ ନାକି
ଗାଲୁଆଙ୍କ ବାରବାଟୀ ଚାଷ
ଗୁଡ଼ ଘରେ ପିମ୍ପୁଡ଼ି ପରିଛା
ଗୁଡ଼ ଚାଖୁ ଚାଖୁ ଯାଏ
ତେଲ ମାଖୁ ମାଖୁ ଯାଏ
ଗୁଣ ସୁନ୍ଦର ବୋଲି ଗୋଳି ପିଇବ କି
ରୂପ ସୁନ୍ଦର ବୋଲି ପାରି ଶୋଇବ କି?
ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
ଗୋଠ ମାତିଲେ ଖଣ୍ଡିଆ ମାତେ
ଗୋଡାଉଥିବୁ ଧରିବୁ ନାଇଁ
ଉଞ୍ଚାଉଥିବୁ ମାରିବୁ ନାଇଁ
ଗୋଦରା କୋଡ଼େ ଯେତେ
            ମାଡ଼େ ସେତେ    
ଗୋରୁ ଲାଙ୍ଗୁଡ ଧରି
ବୈତରଣୀ ପାରି
ଘର ଦୁଆର ସବୁ ତୋର
କାହିଁରେ ନଦେବୁ ହାତ ।
ଘର ପୋଡ଼ିଯାଉ ପଛେ
ମୂଷା ପାଆନ୍ତୁ କେଞ୍ଚେ
ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି
କାଳ କହୁଛି ମେଘ ଦୁଲୁକୁଚି
ଘର ପୋଡ଼ିରୁ ବିପତ୍ତି ନାଇଁ
ଘୋଡ଼ା ଚଢାରୁ ସମ୍ପତ୍ତି ନାଇଁ
ଘର ପୋଡ଼ିରୁ କୁଟାଖିଏ ପାଇଲେ ସହି
ଘର ପୋଡ଼ିଗଲେ ସଭିଏଁ ଜାଣିବେ
ମନ ପୋଡ଼ିଗଲେ ଜାଣୁଛି କିଏ?
ଘର ପୋଡ଼ି ବେଳେ କୂଅ ଖୋଳା
ଘର ବର ଦେଖି ପେଟ ପୁରୁଛି
ସଉତୁଣୀ ଦେଖି ହଁସା ଉଡୁଛି
ଘରେ ନଥାଇ ଲେମ୍ବୁ ଲୁଣ
ବାହାରେ ଦେଖ ଚାତର ପଣ
ଘରେ ବରଡ଼ା ତାଟି
ଅଣ୍ଟାରେ ଚାବିକାଠି
ଘରେ ଫୁଟୁ ଫୁଟୁକିଆ ବସା
ଦାଣ୍ଡକୁ ମଦନ ମୋହନ ଖୋଷା
ଘଷର ଘଷର ଆହୁରି ଘଷର
            ପୁଣି ଘଷର ପାଣି
ତୁମେ ଯହିଁ ପାଇଁ ନସର ପସର
            ଆମେ ସେଇକଥା ଜାଣି
ଘା ଯାଏ, ଦାଗ ଥାଏ
ଲୋକ ଯାଏ, କଥା ଥାଏ
ଘୁଙ୍ଗା ଯାହା ସପନ ଦେଖେ
ମନ କଥା ମନରେ ରଖେ
ଘୁଷୁରି କି କାହିଁ ପାଚିଲା କଦଳୀ
            ଅନ୍ଧ ହାତେ ରତ୍ନ ମୁଦି
ପେଚା ଚଢେଇ କି ସୁବର୍ଣ୍ଣ ପଞ୍ଜୁରି
            କୋରଡ଼ ସୁମାରି କାନ୍ଦି
ଘୁଷୁରି ପ୍ରକୃତି ପଙ୍କେ ଲୋଟେ
ମଣିଷ ପ୍ରକୃତି ମଲେ ତୁଟେ
ଘୋଡ଼ା ଛଟଙ୍କାକୁ
            ଦାନା ନଟଙ୍କା
ଘୋଡ଼ା ଦଉଡି ଦଉଡି ଯେଉଁଠି
ହାତୀ ପଳାସୀ ପଳାସୀ ସେଇଠି

Post a Comment

0 Comments