ଓଡ଼ିଆ ଢଗଢଗାଳି (ମ, ଯ)

ମଇଁଷି ଶିଙ୍ଗ ଫଟା
ଯୁଝିଲା ବେଳକୁ ଗୋଟା
ମଞ୍ଚା ବାନ୍ଧିଲି ବାଘ ପାଇଁ
ବାଘ ପଳେଇଲା ମଞ୍ଚା ଡେଇଁ
ମଞ୍ଜି ଗୁଣେ ଫଳ
ତୀର୍ଥ ଗୁଣେ ଜଳ
ମଣିଷର ଯେବେ କପାଳ ପୋଡ଼େ
ଯୋଊ ଡାଳ ଧରେ ସେ ଡାଳ ଛିଣ୍ଡେ
ମତେ ନିଅଣ୍ଟ ନା ସାଇରେ ବାଣ୍ଟ
ମତେ ନ ବୋଳିବ ବୁଢୀ
ମୁଁ ବୟସରେ ପାଞ୍ଚ କୋଡ଼ି
ମତେ ମୁଣ୍ଡ ଗୁଞ୍ଜିବାକୁ ଥାନ ନାହିଁ
ମୁଁ ଝୁରି ମରୁଥାଏ ପର ପାଇଁ
ମନ ତୋର ମରେ ବିକଳ ହୋଇ
ଧନ ତୋର ମରେ ଜବତ ହୋଇ  
ମନ ଦୃଢ କଲେ ଗାଡିଆ ଗଙ୍ଗା
ମନରେ ନାଇଁ କି ମାଳାରେ ନାଇଁ
ଭାଳି ହେଉଥିଲେ ପାଇବୁ କାହିଁ?
ମଳୁ ଖୋଜୁଥିଲା ପଇଡ ପାଣି
ବଇଦ କହିଲା ପି ତୋରାଣି
ମଲା ବେଳକୁ ହନୁ
ସତ କହିଲା
ମା ଝିଅ ଦିହେଁ
            ଦେଉଳ ଗଲେ
ଯେ ଯାହା ଶୁଭ
            ଯିଏ ମନାସିଲେ
ମାଆଲୋ ମଲି
ଗାଁ ଚାରିପଟେ ବୁଲି ଆଇଲି
କେହି ନକହିଲେ
            ବସ ବୋଲି
ମାଇ ନୁହଁ କି ଗାଈ ନୁହଁ
ମାଙ୍କଡ଼ ହାତରେ ଶାଳଗ୍ରାମ
ନଚାଇ ନଚାଇ ନେଲା ପ୍ରାଣ
ମା ଗାଳି ପାଣିର ଗାର
ବାପ ଗାଳି ବଜ୍ରର ଧାର  
ମାଗି ଆଣିଲା ତିଅଣ ସୋଡକାଏ
ମାଗିଖିଆ ଲାଗି ଖାଏ ନାହିଁ
କି ଲାଗିଖିଆ ମାଗି ଖାଏ ନାହିଁ
ମାଗିବା ଠାରୁ ହିଁ ନାହିଁ
କି ଦେବାଠାରୁ ପୂଣ୍ୟ ନାହିଁ
ମାଗୁର ମାଛର ଝୋଲ
ବେଟା ହରିଆ ହରିଆ ବୋଲ୍
ମାଛ ଖାଇବୁ କି ବଗ?
ତହିଁ କି ଭେଣ୍ଡିଆ ଆଗ
ଧାନ କୁଟିବୁ କି ବଗ?
ମୋ ନଳୀ ଗୋଡ ଭାଙ୍ଗିଯିବ
ମାଣ୍ଡିଆ ଜାଉ ଖୋଇବ ଯିଏ
ରାତି ଅଧରେ ହଗେଇ ନିଏ
ମାଧିଆ ଭାଇ
ସବୁ କଥାରେ ହଇ ହଇ
ମାରୁଥିବେ ମହାପାତ୍ରେ
ଚାହିଁଥିବେ ଜଳକା
ମାରେ ସିପାହୀ,
ନାଆଁ ସର୍ଦ୍ଦାରର
ମାରେ ହଋ ରଖେ କିଏ
ରଖେ ହଋ ମାରେ କିଏ?
ମାଳୀକି ଛେଳି ଅଡୁଆ
ମୁଖ ଫିଟିଲେ ଦୁଃଖ ଯାଏ
ମୁଣ୍ଡରେ ପଗଡି ପାଦରେ ତେଲ
ବଇଦ ସାଙ୍ଗରେ କରିବ ଗେଲ
ମୁଣ୍ଡରେ ରାମ ଟହଲିଆ ଖୋଷା
ଘରେ ବାଇଆ ଚଢେଇ ବସା
ମୁଁ ମରୁଥାଏ ମାଇଁ ମାଇଁ
ମାଇଁର ଦୟା କି ଧରମ ନାଇଁ
ମୁହଁରେ ମାଇଲେ ଯିବ ସରି
ଦେବଙ୍କ ସଙ୍ଗେ କିମ୍ପା କଳି
ମେଣ୍ଢା ଧୋଊ ଧୋଊ ନିର୍ବାଳ
ମୋର ତ ନାଇଁ ଭାଇ
ପର ଭାଇଟିକି ଭାଇ କରିଥିଲି
ନଣନ୍ଦ ପୁଟୁଳି ପାଇଁ
ମୋର ସିନା ନିଶ ନାଇଁ
ମୋ ବନମାଳିଆ ଭାଇର ଅଛି
ଯାଚିଲେ ନରୁଚେ ମଣ୍ଡା ଗଇଣ୍ଠା
ମାଗି ଖାଉଥାଏ ବସି ଅଇଁଠା
ଯାହା ପୁଅକୁ ସାପ କାମୁଡ଼େ
ତା ମା ପାଳଦଉଡି ଦେଖିଲେ ଡରେ
ଯାହା ଲାଗି କଳି ଚୋରୀ
ସେଇ ବୋଲେ ଚୋର
ଯାହା କରିବେ ସାଇଁ
ତା କାହାରି ହାତରେ ନାଇଁ
ଯାହାକୁ ରଖିବେ ଅନନ୍ତ
କି କରିପାରେ ବଳବନ୍ତ
ଯାହା ଖାଇଥିବ ପେଟକୁ
ଯାହା ନେଇଥିବ ବାଟକୁ
ଯାହା ରଖିଥିବ ଖଣ୍ଟକୁ
ଯାହା ତୋଟିରେ ବଥ ଉଠିଲା
ସେ କହିଲା ମିଛ
ଯାହା ଗୋଡରେ କଣ୍ଟା ଫୁଟିଲା
ସେ କହିଲା ମଲି
ଯାହା ନାହିଁ ଭାରତେ
ତାହା ନାହିଁ ଜଗତେ
ଯା ବାପ ଚଢେ ଘୋଡ଼ା
ତା ପୁଅ ଥୋଡା ଥୋଡା
ଯାହାର ମନ ଯହିଁକି ରସେ
ତାହା ବିନା ତାକୁ ଆଣ ନ ଦିଶେ
ଯାହାର ତେଲ ପସରା ପଡିଗଲା
            ସେ କହିଲା ମୋର ଗଲା
ଯାହାର ବେଲ ପସରା ପଡିଗଲା
            ସେ କହିଲା ମୋର ଗଲା
ଯାହାର ବାହାଘର ତା ମନେ ନାଇଁ
ସାଇ ପଡ଼ିଶାକୁ ନିଦ ନାଇଁ
ଯାହାର ଯେମନ୍ତ ସ୍ଵଭାବ
ଗୁରୁ ବଚନେ କିସ ହେବ?
ଯିଏ ଖାଇଚି ଦୋହରା ଖାଉ
ଯିଏ ନଖାଇଚି ଅପାଶେ ରହୁ
ଯିଏ ପାଉଚି ତ ପାଉଚି
ଯିଏ ଚାହୁଁଛି ତ ଚାହୁଁଛି
ଯିଏ ଯାହାକୁ ରସେ
ସିଏ ତାକୁ କିଆ ଫୁଲ ପରି ବାସେ
ଯେଉଁ ଘରକୁ ଯେଉଁ ବତା
ନିର୍ମାଣ କରିଛି ବିଧାତା
ଯେଉଁ ଡାଳକୁ ଧରୁଚି
ସେ ଡାଳ ଚିଣ୍ଡୁଚି
ଯେଉଁ ହାର ଦେଲେ ବର
ସେଇ ହେଲେ ହରବର
ଯେଝା ଘର ତାକୁ ମଥୁରାପୁରୀ
ଯେଝା ବାର ତାକୁ ଶ୍ରୀକୃଷ୍ଣ ସରି
ଯେଝା ହାତରେ ଯିଏ ଚଉଦ ପା
ଯେଡେ ବାଉଁଶକୁ ସେଡେ ପୋଲ
ଯେଡେ ବଡ ପାଟି,
ତେଡେ ବଡ ଗୁଣ୍ଡା
ଯେଣେ ଇଚ୍ଛା ତେଣେ ଯା
କର୍ମ ଘେନି ବୁଲୁଥା
ଯେତେ ଭାଇ ସେତେ ଘର
ଯେତେ କଣିଆ ସେତେ ବର
ଯେ ପକ୍ଷୀ ଉଡ଼େ ଯେତେ ଦୂର
ସେ ଜାଣେ ତହିଁର ବେଭାର ।  
ଯେତେ ଦିନ ଥିବ ଅଣ୍ଟାରେ ବଳ
ସଂଗାତ ମଇତ୍ର ଦୁଆରେ ଠୁଳ
ଯେବେ ମୂର୍ଖ ସଙ୍ଗେ ଚାଲିବ ବାଟ
କହୁଣି କ୍ଷୟବ ରଅଟ ରଅଟ
ଯେମନ୍ତ ଦିଅଁକୁ ତେମନ୍ତ ପୂଜା
ବାଲି ଗରଡାକୁ ଚାଉଳ ଭଜା
ଯେସାକୁ ତେସା
ହାରାମଜାଦାକୁ ଟାଙ୍ଗିଆ ପଶା
ଯେ ଚିନତେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ
ଯୋଡାକୁ ଘୋଡ଼ା ସରି ନୁହେଁ

Post a Comment

0 Comments