ଓଡ଼ିଆ ଢଗଢଗାଳି (ଟ, ଠ, ଡ, ଢ, ତ, ଥ, ଦ, ଧ)

ଟୁପୁ ଟୁପୁ ପାଣି ପଥର କାଟେ
ଟୁପୁ ଟୁପୁ କଥା ଅନ୍ତର କାଟେ
ଠକଙ୍କ ଗୁରୁ
ଉପର ଚିକ୍କଣ ଭିତର ମାରୁ
ଠାକୁର ଘରେ କିଏ?
ନା, ମୁଁ କଦଳୀ ଖାଇ ନାହିଁ
ଡର କାହାକୁ ଭୟ କାହାକୁ
ଠାକୁର ଅଛନ୍ତି ଚଉବାହାକୁ
ଡେଙ୍ଗା ମୁଣ୍ଡରେ ଠେଙ୍ଗା
ଢାଇଁ ଢାଇଁ ଢାଉଁ
            ବାଜଇ ଢୋଲ
ବାହାର ଚିକ୍କଣ
            ଭିତର ପୋଲ
ଢିଙ୍କି ସ୍ଵର୍ଗକୁ ଗଲେ ବି
ଧାନ କୁଟେ
ଢୋଲ କାନ୍ଧରେ ପଡୁ
ଛାଏଁ ଛାଏଁ ବଜାଇ ଶିଖିବ
ଢୋଲ ଖାଏ ମାଡ
ଢୋଲିଆ ଖାଏ କଉଡି
ତପେ ବର,
ନ ହେଲେ କୋପେ ବର
ତରଜିଲା କୁଆ
ଶହେ ବରଷ ଜିଏଁ
ତଳ ବରଡ଼ା ଖସୁଛି
            ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ ବୋଇଲା
            ମୋ ଦିନ କାଳ ଆସୁଛି
ତା ଦୁଆରେ କ୍ଷତ ଖତ କୂଢ
ସିଏ ପର ଦୁଆର ଓଳାଉଚି
ତିନି ଘର କୁଣିଆ ଓପାସ ରହେ
ତିନି ଥେଣ୍ଟିଆ କାକୁଡ଼ି ଭାଡ଼ି
ଶିଆଳ ଖାଏ ମୋଡ଼ି ମୋଡ଼ି
ତୁ ଗୁହାରି କରୁଛୁ ଯାହାକୁ
ମୁଁ ଜୁଆଇଂ କରିଛି ତାହାକୁ
ତୁଣ୍ଡ ନରେନ୍ଦ୍ର, ପିଠି ଅରକ୍ଷିତ
ତୁଚ୍ଛାକୁ ଏତେ
ମୁଦି ନାହିଁ ଗୋଡ଼ କଚାଡୁ କେତେ,
ପିତ୍ତଳ ଗୁଣାକୁ ନାକ ଟାଉଁ ଟାଉଁ
ସୁନା ଗୁଣା ଥିଲେ ହୁଅନ୍ତୁ କେତେ?
ତୁ ଗଲେ ଡାଳେ ଡାଳେ
ମୁଁ ଯିବି ପତରେ ପତରେ
ତୁ ଯେତେ ମାଠିବୁ ମାଠ
ମୁଁ ସେଇ ଦରପୋଡା କାଠ
ତୁଲସୀ ମାଳି
ଭିତରେ ଭିତରେ ସଲାସୁତୁରା
ଉପରେ ଉପରେ କଳି
ତୁଳସୀ ଦୁଇ ପତ୍ରରୁ ବାସେ
ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ
ତେଲ ତେଲ, ପାଣି ପାଣି
ତେଲିଆ ମୁଣ୍ଡରେ ତେଲ
ତୋଡି ପେଟିଆ ସବୁ ଖାଏ
ଥନ୍ତଇ ପେଟିଆ ନାଆଁରେ ଯାଏ
ତୋରାଣି ସାଙ୍ଗକୁ ନଥାଏ ଲୁଣ
ମିଛେ ବୋଲୁଥାଏ ତିନି ତୁଅଣ
ତୋହରି ଧାନ ତୋତେ ଦେଇ
ମଝିରେ ମଧ୍ୟସ୍ଥି ବୋଲାଇ
ଥିଲା ହାତ ଖଲ ଖଲ
ନଥିଲା ହାତ କଲବଲ
ଥିଲେ ଚିରାକନା, ହଜିଲେ ମାଠ
ଥିଲେ ବାଘର ଆହାର
ନଥିଲେ ସାପର ଆହାର
ଥିଲେ ଥାଉ ପଛେ ଗୁଣ ହଜାର
ଚରିତ୍ର ନଥିଲେ ସବୁ ଅସାର
ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣଇ ସେଣିକି ଯାଇ
ଦେବୁ ଦେବୁ ବୋଲି ପୁରିଲା ମାସେ
ଆହୁରି ବୋଲୁତୁ କାଲିକି ଆସେ
ଦନେଇ ଆଇଲେ ମୂଳରୁ ଗା
ଦହିବାଲାକୁ ଚୂଡ଼ାବାଲା ସାକ୍ଷୀ
ଦହି ସୁନ୍ଦର ଚୂଡ଼ାକୁ
ଫୁଲ ସୁନ୍ଦର ଜୁଡାକୁ
ଦାଆ ଥିଲେ ଅଠର ଗନ୍ଦା ବେଣ୍ଟ
ଦାଣ୍ଡରେ ପଥର ଝୁଣ୍ଟିଚି
ଘରେ ଶିଳ ଭାଙ୍ଗୁଛି
ଦାନ୍ତ ବେଳକୁ ଚଣା ନାଇଁ
ଚଣା ବେଳକୁ ଦାନ୍ତ ନାଇଁ
ଦାନୀ, ନା ମୁଣ୍ଡକୁ ନପାଏ କାନି
ଦିଅଁ ଗଢୁ ଗଢୁ ମାଙ୍କଡ଼
ଦିଅଁଙ୍କୁ ଖାଇ, ଖଟୁଲି ଖାଇ
ଆହୁରି ପଚାରେ ପୂଜାରୀ କାହିଁ?
ଦିଆକୁ ଦିଆ
ଅଦିଆକୁ ଦୁଆର ଦିଆ
ଦିଆ ପୁରୁଷ
ଯାଚି ଯାଉଥିଲା କଟକ ମିଠେଇ
ପୁଅକୁ ହେଲାଣି ବାର ବରଷ
ଦିନକର ଭାତ, ଯୁଗକର କଥା
ଦିନେ ନାଇଁ କାଳେ ନାଇଁ
ଗେଲ୍ହା ପୁନିଅଂକୁ ମାଇଁ ମାଇଁ
ଦୀପ ତେଜିଲେ ହାତ ଚିକ୍କଣ
ଦୀପ ରୁଖା ଉପରେ ପିମ୍ପୁଡ଼ି ଚଢିଲେ
ସ୍ଵର୍ଗ ଆଉ ଡି ଆଙ୍ଗୁଳ ବୋଲି ଭାବେ
ଦୀପରୁ ମାଇପା ସଇଲା
ପ୍ରଭୁଙ୍କ ଲୀଳା ଶେଷ ହେଲା
ଦୂର ପର୍ବତ ସୁନ୍ଦର
ଦୂର ବନ୍ଧୁ ସୁନ୍ଦର
ଦୃଢେ ତରନ୍ତି
ମୂଢେ ତରନ୍ତି
ମଝି ମଝିଆ ବୁଡି ମରନ୍ତି
ଦେଇଚୁ ଯାହା ପରଲୋକକୁ
ଥୋଇଚୁ ଯାହା ପରଲୋକକୁ
ଦେଖା ସୁନ୍ଦର କଖାରୁ ବଡି
ଦେଖା ସୁନ୍ଦର ବଉଳା ଗାଈ
ଦୁହିଂଲା ବେଳକୁ ଟୋପାଏ ନାହିଁ
ଦେବା ଠାରୁ ପୂଣ୍ୟ ନାହିଁ
ମାଗିବା ଠାରୁ ହୀନ ନାହିଁ
ଦେବା ଦେବା କହୁଥିବା
ନାହିଁ ନଦେବା ନକରିବା
ଧାନ ଯା, ଲୋଭ ତା
ଧରା ନ ପଡ଼ିଲେ ଚୋର ବି ସାଧୁ
ଧାଇଁ ନପାରଇ ପାଇକ ଆଗେ,
ଟାଣ କରୁଥାଇ ମାଈପ ଆଗେ
ଧାନ ଗୋଟି ଗୋଟି
ଖଇ ଗୋଟି ଗୋଟି
            ବାଛୁ ବାଛୁ ଦିନ ସରିଲା
ବାପାଙ୍କୁ କହିବ
ହଡ଼ା ନ ବିକିବ
            ବାବାଜୀ ହୋଇବା ନୋହିଲା
ଧୀର ପାଣି ପଥର କାଟେ
ତରବର ହେଲେ ଆଣ୍ଠୁ ଫାଟେ

Post a Comment

0 Comments