ଓଡ଼ିଆ ଢଗଢଗାଳି - ଅ... ଆ

ଅଖ ଘୂରୁଥିଲେ ଚକ ଘୂରୁଥାଏ
ବୁଲି ଯାଉଥାଏ ପହି
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି ।
ଅଖାଇ କରିଛି ଓଷା
ଡୋଲିକି ଚାଉଳ ଓଳିକେ ଖାଇଲା
ଦାନ୍ତ ଅଛି ଦରଘଷା
ଅଖାଇ ନାନୀ
ସରୁ କାଟେଣି
            ବସିଥାଏ ଚୁଲିମୁଣ୍ଡେ
ଘଇତା ଆଗରେ
ସଜେଇ କହେ
            କିଛି ଦେଇ ନାହିଁ ତୁଣ୍ଡେ।
ଅଖା ଧୋଊଥିବୀ
ଗୁଣ ଗାଉଥିବି।
ଅଚିନ୍ତା ନାରୀ ବାପଘର ଯାଏ
ମନ ଫୁଲାଣିଆ ଗୀତ ଗାଏ ।            
ଅଜା ଜାଣି ନାତି
ମାଛ ଜାଣି କାତି ।
ଅଜାଗା ଘା ଦେଖିହୁଏ ନାହିଁ
କି ଦେଖାଇ ହୁଏ ନାହିଁ।
ଅଣ୍ଟାରେ ନଥାଇ ଧନ
ପୁଅ ବାହାକରି ମନ ।
ଅଣ୍ଟାରୁ ପଇସା ସାରିବି ନାଇଁ
ପୁଅକୁ ନୁଖୁରା ରଖିବି ନାଇଁ।
ଅଣ୍ଟିଛୁରୀ ତଣ୍ଟି କାଟେ ।
ଅତି ପରିଚୟେ ଗୌରବ ନଷ୍ଟ ।         
ଅତି ଭକ୍ତି ଚୋର ଲକ୍ଷଣ ।
ଅତି ଲେମ୍ବୁ ଚିପୁଡିଲେ ପିତା ।
ଅତି ସୁନ୍ଦରୀ ଲୋ ଚହଟ ଗୋରୀ
ଆଗେ ତୋତେ ହେଲି ବିଭା
ଏବେ ଯହୁଁ ଧନ ବୟସ ସାରିଲା
ଦାଣ୍ଡେ ବସାଉଛୁ ସଭା ।
ଅଧର୍ମ ବିତ୍ତ ବଢେ ବହୁତ
ଗଲାବେଳେ ଯାଏ ମୂଳ ସହିତ ।
ଅନ୍ଧ ଥରେ ବାଡ଼ି ହଜାଏ ।
ଅପାଳକ ରାଜ୍ୟରେ ବିଜୁଳି ଲକ୍ଷେ ଟଙ୍କା ।
ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ।
ଅଭାବରୁ ସ୍ଵଭାବ ନଷ୍ଟ ।      
ଅରଜି ଥିଲେ ଗରଜି ଖା ।
ଅରଜେ ଜଣେ ଖାଆନ୍ତି ପଣେ
ତା ଘରଟି ଡୁବଇ ଦିନେ ।
ଅଳପ ଧନ ବିକଳ ମନ।
ଆଉ କି ସେଦିନ ଆସିବ
ବାଉଁଶ ଗଛରେ ମଳୟ ଲାଗିଲେ
ଚନ୍ଦନ ପରାଏ ବାସିବ ।
ଆଖୁ, କାକୁଡ଼ି, ନଡ଼ିଆ, ମକା
ଦାନ୍ତ ପଡ଼ିଲେ ତଳକୁ ପକା ।
ଆଗ କାଳିଆ କି?
କାଳିଆ ହାତରେ ଟଙ୍କା ଟୋକର
କାଳିଆ ମଣିଷ ଚିହ୍ନଇ କି?
ଆଗରେ ଥିଲେ, ମୋର ମୋର
ପିଠି କାଲେ କିଏ କା?

ଆଙ୍ଗୁଠି ଭିତରେ ମଳି
ଭିତରେ ଭିତରେ ସଲା ସୁତୁରା
ଉପରେ ଉପରେ କଳି ।
ଆପେ ରାନ୍ଧି ଆପେ ଖାଏ
ସୁଆଦ ସୁଆଦ ବୋଲୁଥାଏ ।

ଆମ୍ବ ଗଛର ଶିଅ
ବୁଢା ଆଗେ ବୁଢୀ ଶକେଇ କାନ୍ଦେ
ଖଡୁ ବଦଳେଇ ଦିଅ ।
ଆମ୍ବ ଗଛରେ ତ ଆମ୍ବ ନାହିଁ
ଫୋପଡ କାହିଁକି ମାରୁ
ଅଣ୍ଟା ଦରାଣ୍ଡିଲେ ପଇସା ନାଇଁ
ଆଖି କାହିଁ ପାଇଁ ମାରୁ?
ଆରେ ଢମଣା
ବୁଲି ବୁଲି ସେଇ ପାଟ ଅଗଣା ।
ଆରେ ଭାଇ
ଅରଜି ପାରିଲେ ଗରଜି ଖାଇ ।
ଆରେ ହେ
ଯେତେବେଳେ ଯେ।
ଆଲୋ ସଖୀ
ଆପଣା ମହତ ଆପେ ରଖି ।
ଲୋ ମୁତୁରି ଶୋଇବା
ତୁ ତ ମୁତୁରି, ମୁଁ ତ ମୁତୁରି
ହେଁ ସ କାହିଁ ପାଇଁ ଧୋଇବା ।
ଆଶା କରିଥିଲି ତୋତେ
କାଉକୁ ଯେମନ୍ତ କୋଇଲି ଭଣ୍ଡାଏ
ସେହିପରି କଲୁ ମୋତେ ।
ଆସିଛି ଏକା, ଯିବି ଏକା
ସାଙ୍ଗରେ ନଯିବେ ପିଲା ପିଚିକା ।

Post a Comment

0 Comments