ଆହ୍ଵାନ - ନରେଶ କୁମାର ବେହେରା

କହିଦିଅବାରେ ଶିବଙ୍କୁ
ପୁଣି ସେ ପ୍ରଳୟ ନୃତ୍ୟ
ଗୁଞ୍ଜି ଉଠୁ ସାରା ଭାରତେ
ସଂଗ୍ରାମର ମହୋତ୍ସବ ।


            ଦିଅସେ ଗାଣ୍ଡିବ, ଗଦା
            ଫେରେଇ ଅର୍ଜୁନ, ଭୀମ
            ଯୁଧିଷ୍ଟିର କିନ୍ତୁ ଆସନାହିଁ
            ଫେରିଯାଅ ନିଜ ପୁର ।

କର୍ମଶୀଳ-କବି-ପ୍ରବଣମନ
ରାଷ୍ଟ୍ରପ୍ରେମର ପଥେ
ଆତ୍ମଶୋଧ ଅନ୍ତରରେ ଅମୃତ ଭରି
ଜୀବନ ଗତିରେ ଆଣିବୁ
ସାହସ, ଶକ୍ତି ଓ ଜ୍ଞାନ ।

            ଛିଣ୍ଡାଇ ଦେବୁ ସେ ଶିକୁଳୀ
            ନିଜ ପ୍ରଶସ୍ତ ଡେଣାର
            ପ୍ରଶଂସିତ ହେବ, ଦେବା-ପୁଣି
            ପାଇସେ ଗୌରବ-ସମ୍ମାନ ।

ନିତ୍ୟ କରିବେ ଏ ଯୁଗ ପୁରୁଷ
ରାମଙ୍କ ପୁନରୁପି ସ୍ଵାଗତ
ତାପ, ଦଗ୍ଧ, ସଂସ୍କୃତିକୁ
ଦେଖାଇବୁ ଶୁଭ ସଂକେତ ॥  

Post a Comment

0 Comments