ଜୀବନର ଚାରୋଟି ଆଦର୍ଶ - ନରେଶ କୁମାର ବେହେରା

ଧର୍ମ :
ପ୍ରକୃତିର ପ୍ରତ୍ୟେକଟିରେ କିଛି ନା କିଛି ଗୁଣ,
ନିର୍ଦ୍ଧିଷ୍ଟ ଧର୍ମ ଥାଏ
ଯେପରି ଏ ଶରୀର - ଚାହେଁ ଯଦି ନିଦ୍ରା
ମନ କିଛି ଅନ୍ୟଟି...

ପେଟ ଚାହେଁ କିଛି
ଆଖି କହେ କିଛି, ମନ ଚାହେଁ କିଛି...
ଏ ଶରୀର ଏକ ହୋଇ ବି
ଏହାର ପ୍ରତିଟି ଅଂଗର ଗୁଣ ଓ ଧର୍ମ
ଅଲଗା ଅଲଗା .... ||

ଅର୍ଥ :
ଅର୍ଥ ମାନେ ସମ୍ବେଦନା,
କାରଣ, ସାର, ଓ
ଉଦ୍ଦେଶ୍ୟ – ବଂଚିବାର
ଏ ଜନ୍ମର, କର୍ମର, ଓ ମୃତ୍ୟୁର...

ପେଟ ପାଇଁ ଖାଦ୍ୟ, ଯେପରି
ଶରୀର  ପାଇଁ ବସ୍ତ୍ର,
ଆତ୍ମା ପାଇଁ ଗୋଟେ ଶରୀର
ଏକ ନିର୍ଦ୍ଧିଷ୍ଟ କାରଣରେ ... ଅର୍ଥରେ...

କାମ :
ଇଛା, ତୃପ୍ତି, ଲୋଭ, ମୋହ, ମାୟା, ଭକ୍ତି,
ଆଦି କାମର ଉକ୍ତି....
ମିଳନର ଇଛା, ହରାଇବାର ଅବସାଦ,
ପାଇବାକୁ ଲୋଲୁପ,
ବନ୍ଧନର ଭକ୍ତି, ପ୍ରେମର ମାୟା
ଆଦି...
ଏକ ରକମର କାମ...
ଯାହା କି ସିମିତ୍ତ, ନିୟନ୍ତ୍ରିତ
ଆବଶ୍ୟକ ପ୍ରତିଟି ମଣିଷର....

ମୋକ୍ଷ :
ଧର୍ମରୁ ଅର୍ଥ, ଅର୍ଥରୁ କାମ ଓ
କାମରୁ ମୋକ୍ଷ, ବା’
ମୁକ୍ତି...
ମଣିଷର ଧର୍ମ ହେଲା
ନିଜେ ବଂଚି, ଅନ୍ୟକୁ ବଂଚାଇବା...

ନିଜେ ବଂଚିବାର ଏହି ପ୍ରୟାସରେ
ସେ ସର୍ବଦା ଚାଲିଯାଇଥାଏ
ଅର୍ଥ ଓ କାମର ଆରପାରିକୁ...
ସର୍ବଦା ସେ ଅନିୟନ୍ତ୍ରିତ....

ତୁମେ ଯଦି ବଳି ଦେଲ
ଏହିସବୁକୁ... କାମକୁ...
ତେବେ ହିଁ ତୁମେ ପାଇବ .. ମୋକ୍ଷ
ବା’ ମୁକ୍ତି... ||

Post a Comment

0 Comments