ଜଳିବି ପ୍ରଭୁ ହେ - ପ୍ରଣତି ମହାପାତ୍ର


ଜଳିବି ପ୍ରଭୁ ହେ ତୁମ ଶ୍ରୀମନ୍ଦିରେ
ସଳିତା ଟିଏ ମୁଁ ହୋଇ,
ଏହି ଆଜ୍ଞା ହେଉ ଆହେ ମହାବାହୁ
ଆନ ବାଞ୍ଛା ଲୋଡାନାହିଁ,
ନିଶି ଆରମ୍ଭଠୁ ନିଶି ଶେଷ ଯାଏ
ତବ ମୁଖ ଥିବି ଚାହିଁ।
ଜଳିବି ପ୍ରଭୁ ହେ...

ଦୟଣା ତୁଳସୀ ଅଗରୁ ଚନ୍ଦନ
ସୁବାସକୁ ଲଭୁଥିବି,
ଷାଠିଏ ପଉଟି ଅବଢା ପରଶେ
ନିତି ମୋକ୍ଷ ହେଉଥିବି,
ଜଳିଜଳି ଶେଷେ ଅନ୍ଧାର ହଟାଇ
ଆଲୋକ ବହ୍ନିଟେ ଥାଇ।
ଜଳିବି ପ୍ରଭୁ ହେ...

ତୁମ ପାଶେ ଥାଇ ନିତି ନିଶାର୍ଦ୍ଧରେ
ଦେବଗଣଙ୍କୁ ଦେଖିବି,
ତେତ୍ରିଶ କୋଟି ଦେବ ଦରଶନେ
ନିଜକୁ ଧନ୍ୟ ମଣିବି,
ଅଖଣ୍ଡ ଦୀପର ଦୀପାଳି ହୋଇ ମୁଁ
ସତ୍ୟ ଶାନ୍ତିର ବାର୍ତ୍ତା ଦେବି।
ବିଭୁପ୍ରେମେ ମଜ୍ଜି ତ୍ରିଗୁଣକୁ ତେଜି
ଧର୍ମ ବାନା କୁ ଉଡାଇ।
ଜଳିବି ପ୍ରଭୁହେ ତୁମଶ୍ରୀମନ୍ଦିରେ
ସଳିତା ଟିଏ ମୁଁ ହୋଇ।
------------------------
ବାଲେଶ୍ଵର
mobile - 8984965067

Post a Comment

0 Comments