ତା' ଦାନର ନାହିଁ ତୁଳ - କବିତା ମହାନ୍ତି

କୁଳୁକୁଳୁ  ଗାଇ ମଧୁର ସଗୀଂତ
ନଦୀ ଯାଉଅଛି  ବହି
ଅଙ୍କାବଙ୍କା  ତାର ସର୍ପିଳ ପଥରେ
କେତେ ବାଧାବିଘ୍ନ  ସହି |

ଝରଝର  ହୋଇ ଝରୁଛି ଝରଣା
ସୁଶୀତଳ  ଜଳ ଦାନ
ତଟବର୍ତ୍ତୀ  ତାର ସବୁଜ ବନାନୀ
କରୁଛି  ଅମୃତ ପାନ |

ସିରିସିରି ବହେ ଶୀତଳ  ପବନ
ବାଣ୍ଟେ  ମଧୁ ସମୀରଣ
ଫୁଲକୁ ଝୁଲାଏ ପତ୍ରକୁ ହଲାଏ
ମଳୟ  ଖୋଜେ  ଚନ୍ଦନ |

ଝିପିଝିପି  ବର୍ଷା ମାଟିକୁ ଛୁଇଁଲେ
ଛୁଟେ ମଧୁର ମହକ
ଭିଜାଇ ଦେଇ ସେ ମାଟିର ହୃଦୟ
ବୀଜ ବପନେ ପୁଲକ |

ଗୁଣୁଗୁଣୁ ଗାଇ ମଧୁପ  ଆନନ୍ଦେ
ମଧୁ ପାନେ  ଆତ୍ମତୃପ୍ତି
ସର୍ବଜନେ ବାଣ୍ଟି ମହୁଆ ମହୁକୁ
ମୁଖେ ଫୁଟାଏ ସେ ଦୀପ୍ତି |

କେରିକେରି ଧାନ କାଟୁଛି କୃଷକ
ଶ୍ରମତା' ଅମୂଲ ମୂଲ
ସାରାଜଗତକୁ ଅନ୍ନଦାନ  ଦିଏ
ତା' ଦାନର ନାହିଁ ତୁଳ ||
---------------------------------
ସାଇଲୋ ଝାରପଡା ଉ.ପ୍ରା.ବିଦ୍ଯାଳୟ, କଣ୍ଟାପଡା, କଟକ |

Post a Comment

0 Comments