ଅଜବ ଏ ମଣିଷ - ପ୍ରଣତି ମହାପାତ୍ର

ସମସ୍ତ ଏଠି ନିଜ ପ୍ରଶଂସା ପାଇଁ
ଜିତାପଟ ନେବାକୁ ବ୍ୟଗ୍ର,
ନିଜ ବ୍ୟକ୍ତିତ୍ୱର ସମୀକ୍ଷା ପାଇଁ
ସମୟ ନ ଥାଏ,
ଯାହି ତାହି ସର୍ବଜନ ପରିଚିତ
ହୋଇଗଲା ପରେ,
ନଜର ଥାଏ କେତେଜଣ
ଆପଣାର କରୁଛନ୍ତି।
ଏହି ଯେମିତି ସାହିତ୍ୟ, କଳା,ରାଜନୀତି, କ୍ଷେତ୍ରରେ।
ଅନ୍ୟକୁ ଭଲ ପାଇଲେ ସିନା
କିଏ ତୁମକୁ ଭଲ ପାଇବ।
ନିଜକୁ ନିଜେ ତର୍ଜମା କରିବାକୁ
ତର ନ ଥାଏ କା'ର।
ହେଲେ ନିଜକୁ ନିଜେ ଭଲ
କହିବାକୁ ସଫେଇ ଦିଆଯାଏ
ଲମ୍ବା ଲମ୍ବା ତାଲିକା।
ଏଠି ଭଲ ପାଇବାକୁ କାହାକୁ ସମୟ
ହୁଏନାହିଁ ତ,
ପୁଣି କିଏ ଅନ୍ୟର ନିନ୍ଦା କୁତ୍ସାରଟନାରେ ସବୁ
ସମୟ ବିତେଇ ଦିଏ।
ଅଜବ ଏ ମଣିଷ,
ଅଜବ ଆଜିର ସମୟ।
କାହାପାଇଁ ଖେଳ ପୁଣି
କାହା ପାଇଁ କାଳ।
==========
ବାଲେଶ୍ଵର

Post a Comment

0 Comments