ପାଠ ଦେଖାଏ ବାଟ - ରଞ୍ଜନ କୁମାର ଵ୍ରହ୍ମା

ବିଦ୍ୟା ସମ ନୁହେଁ ଧନ
ଧନରେ ! ମନ ଉଣା କରନା  ।
ତରାଜୁରେ ସବୁ ତୂଳା
ବିଦ୍ୟା କେବେଯେ ତୁଳେନା  ।।

ବେଳଥାଉ ଧରି ରଖେ
ଏକଦା ଭଲ ସାଥୀଟିଏ ହେବ  ।
ଗଣିବୁରେ ସବୁବେଳେ
ଯେବେ ସବୁ ତୁଳା ଯାଉଥିବ ।।

ଶୋଭିବୁ ଜନ ମାନସେ
ଯେପରି ତାରା ମଧ୍ୟେ ଧ୍ରୁବ  ।
ନହେଲେ ଶୋଭା ପାଇବୁ
ଯେପରି ବଗ ମଧ୍ୟେ କାକ ।।

ମନରଖି ପାଠ ପଢ଼
ନ ହୋଇ ଆଦଉ ବିଚଳିତ ।
ତୋର ଶ୍ରମ ନିଷ୍ଠା ଦିନେ
ନିଶ୍ଚେ ଦେବ ସୁଖ ଦଉଲତ ।।

==============
      (  ଚିକିଟୀ ଗଡ଼  )

Post a Comment

0 Comments