ରେ ମନ ଆଉ କେତେ ଦିନ - ଗୋପାଳ ଚନ୍ଦ୍ର ସାଓ

ଏବେ ତ
ମନରେ ବି ମିଶୁଛି
ବୋତଲେ ଭେଜାଲ୍
ରଙ୍ଗ ବେରଙ୍ଗ ଶିଶି
କିଏ କହେ ନାଁ ତାର
ଦେଶୀ ବିଦେଶୀ
ଇଂରାଜୀରେ ଲେଖା ଥାଏ
ନମ୍ବର ୱନ୍ ସ୍ପେଶାଲ୍.…

ସବୁଠି ମିଳେ
ଯାହାକୁ ଯେତେ
କିଏ ହଜମ କରୁଛି
ତ ପୁଣି କିଏ
ନିଶାରେ ବେହାଲ୍....

ଆରେ ବାବା
କ'ଣ କରିବା କୁହ
କିଏ ଭିତରେ ପଶିଛି ଯେ'
ସୁନ୍ଦର୍ ଦେଖି
ହାତ ବଢ଼େଇ ମାଗିଲି
ଛୁଇଁବା ପରେ ସିନା
ଜାଣିଲି ସେ ଖାଲି ଲାଲ୍....

ଏବେ ତ
ଅନେକ ଚାହିଦା
ଫେସ୍ ବୁକ୍, ହ୍ଵାଟ୍ସପ, ମେସେଞ୍ଜେର
ସବୁଠି ଗଦା ଗଦା
ହେଲେ ବେଳେବେଳେ
କିଏ କହେ ଆଉ ମିଳୁନି
ବଜାରରେ ଭାଇ
ଏକ୍ସପାରି କୁ ବି
ନେଇ ଚାଲ୍...

ଜାଣିଛ....?
କହି ପାରିବ....?
କେଉଁଠି ମିଳୁଛି
ସୁନ୍ଦର୍ ମନ ଟିଏ....!!!
ଯେଉଁଠି ଥିବ ଅଜସ୍ର ବିଶ୍ୱାସ
ମନ ସହ ମନକୁ ମିଶେଇ
ତୋଳି ପାରୁଥିବି ଏକ
ପ୍ରେମର ତାଜ୍ ମହଲ...
=============
ଦେଉଳି, ମୟୂରଭଞ୍ଜ

Post a Comment

0 Comments