ବୁନ୍ଦାଏ ସମୟ - ରୀତା ଅପରାଜିତା ମହାନ୍ତି

ଜୀବନ ଓ ପୃଥିବୀ
ଉପରେ  ଖସିପଡିଥିବା ବୁନ୍ଦାଏ ସମୟ ହିଁ କେବଳ ମାଗିଥିଲି
ତୁମେ କରିଦେଲ ମନା
କାହିଁ କେତେ ଦୂରରୁ ଧାଇଁ ଆସିଥିଲି
ଟିକିଏ ଝଲକ ପାଇଁ ତୁମର
ମୋର ସବୁ ପ୍ରଚେଷ୍ଟା ଯେବେ ବିଫଳ ହେଲା
ସମୟ ସହ ମୁଁ ବି ବଦଳିଗଲି ଜାଣି ଜାଣି
ଏଠି ନୀଳକଇଁ ଆହୁରି ଅଛନ୍ତି ତୁମ ପରି
ତୁମେ କଣ ହରାଇଲ
ଆଜି ତୁମେ ବୁଝିପାରୁନ
କାଲି ବହୁତ ବ୍ୟସ୍ତ ହେବ
ମତେ ମନେ ମନେ ଖୋଜିବ
ରୁମାଲରେ ବାରମ୍ବାର ଆଖି ପୋଛିବ।
ଏ ପୃଥିବୀ ଏମିତି
କ୍ଷଣ କ୍ଷଣକେ ବଦଳିଯାଏ
ତୁମେ ବି ଦିନେ ମତେ ଖୋଜିବ
ସେତେବେଳେ ମୁଁ ଓ ମୋ ଛାଇ ସମସ୍ତେ ତୁମଠୁ ବହୁତ ଦୂରରେ ଥିବୁ
ଥରେ ତ ମନ ପଢ଼ିଥାନ୍ତ
ଥରେ ତ ସୁଯୋଗ ଦେଇଥାନ୍ତ
ଦିନେ କେବଳ ତୁମ ପାଇଁ
ମୁଁ ସବୁ ଛାଡିଥିଲି
ହେଲେ ଆଜି ତୁମ ନାଁ ବି ମୋ ଡ଼ିକସନାରୀ ରେ ନାହିଁ

===============
ପ୍ଲଟ ନ-୮୩(ସି) ଭୁବନେଶ୍ୱର -୨୧
ମୋ -୯୩୩୮୫୮୪୮୫୭

Post a Comment

0 Comments